ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଓଡିଶାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

Published By : Prameya-News7 Bureau | May 29, 2024 IST

ଚାନ୍ଦବାଲି ୨୯।୫: ଓଡ଼ିଶାରେ ପ୍ରଚାର କରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବେ । ଭଦ୍ରକ ଓ ବାଲେଶ୍ଵରରେ ପ୍ରଚାର କରିବେ ଖଡ଼ଗେ । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ଭୋଟ୍ ମାଗିବେ ।

ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖେଡ଼ଗେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ମତୋକୁ ନିର୍ବାଚନ ପ୍ରଚାର ପାଇଁ ଆସିବେ l ଅପରାହ୍ନ ଗୋଟାଏ ସମୟରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଗସ୍ତ ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିବା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟରମାନେ ଶାନ୍ତିଶୃଙ୍ଖଳାରେ ବସିବା ପାଇଁ ବ୍ୟବସ୍ଥା ହେବା ସହିତ ବାରିକେଟ୍ ମଧ୍ୟ କରାଯାଇଛି । ଉତ୍କଣ୍ଠାର ସହିତ କଂଗ୍ରେସ କର୍ମୀ ତଥା ନେତାମାନେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅପେକ୍ଷା କରିଛନ୍ତି । ଆଶା କରାଯାଉଛି ହଜାର ହଜାର ସଂଖ୍ୟାରେ କଂଗ୍ରେସ ସମର୍ଥକ ଏବଂ କର୍ମୀମାନଙ୍କ ଆଉ କିଛି ଘଣ୍ଟା ମଧ୍ୟରେ ପଡ଼ିଆରେ ଭିଡ଼ ଲାଗିବ । ଚାନ୍ଦବାଲି କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଅମୀୟ ମହାପାତ୍ର, ଲୋକସଭା ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହିତ କଂଗ୍ରେସର ବହୁ ଛାମୁଆ ନେତାମାନେ ଏହି ନିର୍ବାଚନୀ ସଭାରେ ଉପସ୍ଥିତ ରହିବେ  l

You Can Read :

ରାଜଧାନୀରେ ହିଟ୍ ଆଣ୍ଡ ରନ୍ : ବ୍ୟାରିକେଡ୍ ଘୋଷାଡି ନେଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଟ୍ରାଫିକ୍ କର୍ମଚାରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.