ମହାରାଷ୍ଟ୍ର ବିଧାନସଭା ନିର୍ବାଚନ; ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

Published By : Prameya-News7 Bureau | October 26, 2024 IST

ମୁମ୍ବାଇ: ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ୨୩ ତାରିଖରେ ନିର୍ବାଚନ ଫଳାଫଳ ଆସିବ । ଏହା ପୂର୍ବରୁ ମହାରାଷ୍ଟ୍ରରେ ସରଗରମ ହେଲାଣି ରାଜନୀତି । ବିଭିନ୍ନ ରାଜନୈତିକ ଦଳମାନେ ବିଧାୟକ ପ୍ରାର୍ଥୀ ଘୋଷଣା କଲେଣି । ଏହାରି ଭିତରେ ଶନିବାର କଂଗ୍ରେସ ତା’ର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ଏହି ଲିଷ୍ଟରେ ୨୩ଜଣଙ୍କ ନାଁ ରହିଛି । ଏହା ପୂର୍ବରୁ ପ୍ରଥମ ତାଲିକାରେ ୭୧ଜଣଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । 

କଂଗ୍ରେସର ଏହି ଦ୍ବିତୀୟ ପର୍ଯ୍ୟାୟ ଲିଷ୍ଟରେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ବିରୋଧରେ ଦକ୍ଷିଣ ନାଗପୁର ସିଟରୁ ଗିରିଶ କୃଷ୍ଣରାଓ ପାଣ୍ଡବଙ୍କ ଟିକେଟ୍ ଦେଇଛି ଦଳ । ଅନ୍ୟପଟେ ଶ୍ରୀରାମପୁର ବିଧାୟକ ଲହୁ କାଣ୍ଡେଙ୍କ ଟିକେଟ୍ କାଟିଛି କଂଗ୍ରେସ । ତାଙ୍କ ସ୍ଥାନରେ ହେମନ୍ତ ଓଗାଲେଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ସାଓ୍ବନର ବିଧାନସବା ଆସନରୁ ସୁନିଲ୍ କେଦାରଙ୍କ ପତ୍ନୀ ଅନୁଜା କେଦାରଙ୍କୁ ଟିକେଟ୍ ଦେଇଛି ପାର୍ଟି । କଂଗ୍ରେସର ଏହି ଲିଷ୍ଟରେ ୨୩ଜଣଙ୍କ ନାଁ ରହିଛି । ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟେଲ ଗୁରୁବାର କହିଥିଲେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାବକାଶ ଅଘାଡ଼ିରେ ସିଟ୍ ବୁଝାମଣା ହୋଇଛି । କଂଗ୍ରେସ ଆଗାମୀ ନିର୍ବାଚନଚରେ ୮୫ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.