କେ. କବିତାଙ୍କୁ ଅଦାଲତି ଝଟକା; ରାଉଜ୍ ଆଭେନ୍ୟୁ କୋର୍ଟରେ ଅନ୍ତରୀଣ ଜାମିନ୍ ଖାରଜ

Published By : Prameya-News7 Bureau | April 08, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ବିଆରଏସ ନେତ୍ରୀ କେ. କବିତାଙ୍କୁ ଅଦାଲତି ଝଟକା ଲାଗିଛି । ରାଉଜ୍ ଆଭେନ୍ୟୁ କୋର୍ଟରେ ଅନ୍ତରୀଣ ଜାମିନ୍ ଆବଦେନ ଖାରଜ୍ ହୋଇଛି । ବିଶେଷ ଅଦାଲତ ବେଲ୍ ପ୍ରଦାନ କରିବାକୁ ମନା କରିଛନ୍ତି । ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ  କେ. ଚନ୍ଦ୍ରଶେଖର ରାଓଙ୍କୁ ଝିଅ କେ. କବିତା, ନିଜ ନାବାଳକ ପୁଅର ପରୀକ୍ଷା ଥିବା କହି ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ । ହେଲେ କୋର୍ଟ ଏହାକୁ ଖାରଜ୍ କରିଛନ୍ତି । 

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ  ବିଆରଏସ୍ ନେତ୍ରି କେ. କବିତା ଛନ୍ଦି ହୋଇଯାଇଛନ୍ତି । ମନି ଲଣ୍ଡ୍ରିଂ କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛନ୍ତି । ରିମାଣ୍ଡ ଅବଧି ସରିବା ପରେ ସେ  ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ତେବେ ତାଙ୍କ ୧୬ ବର୍ଷିୟ ନାବାଳକ ପୁଅ ପରୀକ୍ଷା ଆରମ୍ଭ ହେଉଥିବାରୁ , ସେ ଯେପରି ଏକୁଟିଆ ଅନୁଭବ ନକରିବ ସେଥିଲାଗି ରାଉଜ ଆଭେନ୍ୟୁ କୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ କେ. କବିତା । ହେଲେ ବିଶେଷ ନ୍ୟାୟଧୀଶ କାବେରୀ ବାଓ୍ବେଜା ଏହି ଆବେଦନକୁ ଖାରଜ କରିଛନ୍ତି । ଅଦାଲତ ନିଜ ରାୟରେ କହିଛନ୍ତି, ଏବେ ଅନ୍ତରୀଣ ଜାମିନ୍ ଦେବାର ସମୟ ହୋଇନାହିଁ । ଆମ୍ ଆଦମୀ ପାର୍ଟିକୁ ଶହେ କୋଟି ଟଙ୍କା ଲାଞ୍ଚ ଦେବା ଅଭିଯୋଗରେ ଇଡି କେ. କବିତାଙ୍କୁ  ଗିରଫ କରିଛି । 

  • delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.