ଏବେ ସ୍ପଷ୍ଟିକରଣ ଦେଲେ ‘କୋଭିସିଲଡ୍’ ନିର୍ମାତା କମ୍ପାନୀ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | May 09, 2024 IST

ମୁମ୍ବାଇ ୯। ୫: ବ୍ରଟିଶ-ସ୍ୱିଡିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା କୋର୍ଟରେ ଯେଉଁ ସ୍ୱୀକାରୋକ୍ତି ଦେଇଛନ୍ତି ତାକୁ ନେଇ ଏବେ ଚିନ୍ତା ପ୍ରସରି ଯାଇଛି। ସେବେଠାରୁ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବାକୁ ଲାଗିଥିବା ବେଳେ ଗତ ମେ ୮ ତାରିଖ ଦିନ ଆଷ୍ଟ୍ରାଜେନେକା ସାରା ବିଶ୍ୱରେ ତାର କୋଭିଡ-୧୯ ଭେକ୍ସିନ ବିକ୍ରି କିଣା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତରେ ଏହି ଭାକ୍ସିନକୁ ସିରମ ଇନିଷ୍ଟିଚ୍ୟୁଟ୍ ଆଷ୍ଟ୍ରାଜେନେକା ସହ ମିଶି ପ୍ରସ୍ତୁତ କରିଥିଲା। ଏବେ ମାମଲାରେ ସିରମ ଇନିଷ୍ଟିଚ୍ୟୁଟର ମଧ୍ୟ ବୟାନ ଆସିଛି। 

ସିରମ ଇନିଷ୍ଟିଚ୍ୟୁଟ୍ କହିଛି ଯେ ଡିସେମ୍ବର ୨୦୨୧ରୁ ସେ ଏହାର ଉତ୍ପାଦନ ବନ୍ଦ କରି ସାରିଛନ୍ତି। ଏହା ଛଡା ସେ ଏହା ମଧ୍ୟ କହିଛନ୍ତି ଯେ ଭାକ୍ସିନ ପାର୍ଶ୍ୱପ୍ରତିକ୍ରିୟା ନେଇ ପ୍ୟାକେଟ ଉପରେ ଉଲ୍ଲେଖ କରିଥିଲେ। ୨୦୨୧ ଓ ୨୦୨୨ରେ ଭାରତରେ କୋଭିଡ ଟିକାକରଣ ହାର ସର୍ବୋଚ୍ଚ ସ୍ତରରେ ଥିଲା। ତେବେ ନୂଆ ଭାରିଆଣ୍ଟ ବ୍ୟାପିବାରୁ ପିଛିଲା ଟିକାର ଚାହିଦା ହ୍ରାସ ହୋଇଥିଲା। ଏଣୁ ସିରମ ଇନିଷ୍ଟିଚ୍ୟୁଟ୍ ଡିସେମ୍ବର ୨୦୨୧ରେ ଟିକା ତିଆରିବା ଓ ବିକିବା ବନ୍ଦ କରିଦେଇଥିଲେ ବୋଲି କହିଛନ୍ତି। 

ଦେଶରେ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମରେ ଭାରତରେ ବହୁଳ ମାତ୍ରାରେ ଦୁଇଟି ଟିକା ବ୍ୟବହୃତ ହୋଇଥିଲା। ଏଥିରେୁ ଗୋଟିଏ କୋଭିସିଲଡ ହୋଇଥିବା ବେଳେ ଅନ୍ୟଟି କୋଭାକ୍ସିନ ଥିଲା। ଏଥିରୁ ସିରମ କୋଭିସିଲଡ ତିଆରିଥିବା ବେଳେ ଭାରତ ବାୟୋଟେକ କୋଭାକ୍ସିନ ତିଆରିଥିଲା। ଟିକାକରଣରେ ଦୁଇଟି ଟିକାକୁ ତୁଳନା କଲେ କୋଭିସିଲଡକୁ ଟିକାକରଣରେ ଅଧିକମାତ୍ରାରେ ବ୍ୟବହାର କରାଯାଇଥିଲା। ଏଥିରୁ ଜାନୁୟାରୀ ୨୦୨୧ ସୁଧା ପାଖାପାଖି ୧୭୦ କୋଟି ଡୋଜ୍ ଅର୍ଥାତ ମୋଟ ଟିକାକରଣର ୭୯ ପ୍ରତିଶତ କୋଭିସିଲଡି ଦିଆ ସରିଥିଲା। 

ତେବେ ପାର୍ଶ୍ୱପ୍ରତିକ୍ରିୟା ନେଇ ସିରମ କହିଛନ୍ତି ଯେ ଆମେ ଆରମ୍ଭରୁ ପ୍ୟାକେଜିଂରେ ଥ୍ରୋମ୍ବୋସାଇଟୋପେନିୟା ସିଣ୍ଡ୍ରୋମ(ଟିଟିଏସ)ରୁ ଆରମ୍ଭ କରି ଥ୍ରମ୍ବୋସିସ୍ ସମେତ ତମାମ ବିରଳରୁ ବିରଳ ଦୁସ୍ପ୍ରଭାବ ନେଇ ସତର୍କ କରିଥିଲୁ ବୋଲି କହିଛନ୍ତି। ତେବେ ‘ଇଣ୍ଡିଆନ ଏକ୍ସପ୍ରେସ୍’ର ଏନୋନା ଦତ୍ତଙ୍କ ରିପୋର୍ଟ ଅନୁସାରେ କୋଭିସିଲଡ ପ୍ୟାକେଟ୍‌ରେ ୨୦୨୧ ଦ୍ୱିତୀୟ ଷାଣ୍ମାସିକରେ ଏହି ସତର୍କତା ଯୋଡା ଯାଇଥିଲା। ଏଥିରେ ଲେଖାଯାଇଥିଲା ଯେଉଁ ଲୋକେ କ୍ଲଟିଂ (ଥ୍ରମ୍ବୋସିସ୍) ଓ ଅଟୋ ଇମ୍ୟୁନୋ ବିକାରରେ ଗ୍ରସିତ ଅଛନ୍ତି ସେମାନେ  ଓ ସେମାନଙ୍କ ପରିବାର ଏପରି ଭାକ୍ସିନରୁ ବର୍ତ୍ତିବା ଆବଶ୍ୟକ ବୋଲି ସତର୍କ କରାଯାଇଥିଲା। 

ତେବେ ଏପରି ବିରଳ ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ପରିବାର ଏବେ  କହୁଛନ୍ତି ଯେ ଦେଶରେ ଟିକାକରଣ ଅଭିଯାନ କାଳରେ ଯାହାଙ୍କୁ ବି ଟିକା ଦିଆଯାଇଥିଲା ସେମାନଙ୍କୁ ପ୍ୟାକେଜ୍ ଇନସର୍ଟେସନ ଦେଖାଯାଇ ନଥିଲା। ସେମାନେ ଟିକାକରଣ କେନ୍ଦ୍ରକୁ ଯାଉଥିଲେ ଓ ଟିକା ଦେଉଥିବା କର୍ମଚାରୀ ପେଟିରୁ ଟିକା ବାହାର କରି ଲଗାଇ ଦେଉଥିଲେ, ତେବେ ଏହାର ପାର୍ଶ୍ୱପ୍ରତିକ୍ରିୟା ବି ହୋଇ ପାରେ ସେ ନେଇ କିଛି କହୁନଥିଲେ କି ହସ୍ପିଟାଲରେ ସେପରି ସୂଚନା କୌଣସି ଠାରେ ଲଗାଯାଇ ନଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.