ଆସିକା ନଳବଣ୍ଟାରୁ ୧୦ ଲକ୍ଷରୁ ଅଧିକ ବାଣ ଜବତ, ୩ ଅଟକ

Published By : Prameya-News7 Bureau | October 07, 2024 IST

ଆସ୍କା ୭/୧୦: ୧୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଓ ବାଣ ତିଆରି ସାମଗ୍ରୀ  ଜବତ।  ୩ ଅଟକ । ଗଞ୍ଜାମ ଜିଲ୍ଲା ଆସିକା ନଳବଣ୍ଟାରେ ବେଆଇନ ବାଣ ପ୍ରସ୍ତୁତି ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ଆସିକା ପୋଲିସ ଓ କୋଟିନଡା ପୋଲିସ ମିଳିତ ଚଢାଉ କରିଥିଲେ। ଚଢାଉ ପରେ  ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି ପୋଲିସ । 

ତାଳ ଫଟୋକା ,କୁମ୍ପି, ରକେଟ,ତଳ ଚକ୍ରି ଓ ଉପର ଚକ୍ରି ପରି ବିଭିନ୍ନ ପ୍ରକାର ବାଣ ଜବତ ହୋଇଛି । ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଚଢାଉରେ ଏସଡିପିଓ ସଂଜୟ କୁମାର ମହାପାତ୍ର,ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାଥ ପଟ୍ଟନାୟକ,କୋଟିନଡା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହାଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.