ଫାଟିଲା ଏୟାର ପ୍ରେସର ଟାଙ୍କି,ମିସ୍ତ୍ରୀଙ୍କ ମୁଣ୍ଡ-ଗଣ୍ଡି ଅଲଗା,୨ ଆହତ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 09, 2024 IST

ଖୋର୍ଦ୍ଧା ୯/୧୦: ସଦର ଥାନା NH-୧୬ ଦଧିମାଛ ଗାଡିଆ ଛକରେ ଅଘଟଣ । ଟ୍ରକ ଚକାରେ ପମ୍ପ ଦେବା ସମୟରେ ଫାଟିଲା ଏୟାର ପ୍ରେସର ଟାଙ୍କି,ଚାଲିଗଲା ମିସ୍ତ୍ରୀଙ୍କ ଜୀବନ । ମାଆ ଭଗବତୀ ଚନ୍ଦନ ଟାୟାର ପ୍ରେସର ଦୋକାନରେ ସକାଳୁ ସକାଳୁ ଟାୟାର ପ୍ରେସର ଦେଉଥିବାବେଳେ ହଠାତ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ଟାୟାର ମିସ୍ତ୍ରୀ ନବକିଶୋର ବରାଡଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା । ମୃତକଙ୍କ ଘର ଖୋର୍ଦ୍ଧା ନିକଟ କଦଳିବାଡି ଗାଁରେ । ଛତ୍ରପଡା ଗାଁର ୨ ଭାଇ ଦେବ ମାନସିଂ ଓ ଦୀପକ ମାନସିଂ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିସ୍ଫୋରଣ ଶବ୍ଦ ଏତେ ଭୟଙ୍କର ଥିଲା ଯେ ବୋମାମାଡର ଭ୍ରମ ସୃଷ୍ଟି ହୋଇଥିଲା । ଏୟାର ପ୍ରେସର ଟାଙ୍କିରେ ଏୟାର ଅଧିକ ହେବାରୁ ଟାଙ୍କି ଫାଟି ଯାଇଥିବା ସନ୍ଦେହ କରାଯାଉଛି । ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣାର ଛାନ୍‌ଭିନ୍‌ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.