CrPC  ସଂଶୋଧନ ବିଲ୍ ଲୋକସଭାରେ ଉପସ୍ଥାପିତ, ଜାଣନ୍ତୁ ଆଇନରେ ବଦଳିବ କ’ଣ?

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ ୧୧।୮:  ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଭାରତୀୟ ଅପରାଧିକ ଆଇନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଲାଗି ଏକ ବିଧେୟକ ଉପସ୍ଥାପନ କରିଛନ୍ତି। ବିଧେୟକ ଅନୁସାରେ ପ୍ରଚଳିତ ଭାରତୀୟ ଦଣ୍ଡ ସଂହିତା, ଦଣ୍ଡ ପ୍ରକ୍ରିୟା ସଂହିତା ଓ ଭାରତୀୟ ସାକ୍ଷ ଅଧିନିୟମକୁ ବଦଳାଇ ଦିଆଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଆଇନରେ ସଂଶୋଧନ ନିମନ୍ତେ ଗୃହରେ ୩ଟି ବିଧେୟକ ଉପସ୍ଥାପନ କରିଛନ୍ତି।

ବିଧେୟକ ଉପସ୍ଥାପନ କରି ଶାହ କହିଛନ୍ତି ଯେ ଏହି ୩ଟି ଆଇନ ଦେଶରେ ଇଂରେଜଙ୍କ ଦ୍ୱାରା ବନା ଯାଇଥିଲା, ଆମେ ଏହାକୁ ବଦଳାଉଛୁ। ଏହାକୁ ବଦଳାଇକରି ନୂଆ ଆଇନ ଅଣାଯିବ। ଏଥିଲାଗି ଅମିତ ଶାହ ଯେଉଁ ୩ ଆଇନ ଘୋଷଣା କରିଛନ୍ତି ସେଗୁଡିକ ହେଉଛି ଭାରତୀୟ ନ୍ୟାୟ ସଂହିତା -୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଓ ଭାରତୀୟ ସାକ୍ଷ ବିଧେୟକ-୨୦୨୩। ବିଧେୟକ ଉପସ୍ଥାପନ କରି ଅମିତ ଶାହ ତାଙ୍କ ଭାଷଣରେ କହିଛନ୍ତି ଯେ ୧୮୬୦ରୁ ୨୦୨୩ ପର୍ଯ୍ୟନ୍ତ ଦେଶର ଅପରାଧୀକ ନ୍ୟାୟ ପ୍ରଣାଳୀ ଇଂରେଜଙ୍କ ପ୍ରସ୍ତୁତ ଆଇନରେ ଚାଲୁଥିଲା।

ଏହି ୩ଟି ଜାକ ଆଇନକୁ ବଦଳାଇ ଦିଆଯିବ ଓ ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀରେ ବଡ଼ଧରଣର ପରିବର୍ତ୍ତନ ଅଣାଯିବ। ଭାରତୀୟ ନ୍ୟାୟ ସଂହିତା-୨୦୨୩ ଅପରାଧ ସମ୍ପର୍କିତ ପ୍ରାବଧାନକୁ ରେଖାଙ୍କିତ ଓ ସଂଶୋଧିତ କରିବା ପାଇଁ ତଥା ସମ୍ପର୍କିତ ଆକସ୍ମିକ ମାମଲା ନିମନ୍ତେ କାର୍ଯ୍ୟକାରୀ ହେବ। ସେହିପରି ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଦଣ୍ଡ ପ୍ରକ୍ରିୟା ସମ୍ପର୍କିତ ଆଇନକୁ ରେଖାଙ୍କିତ କରି ସଂଶୋଧିତ କରିବା ସହିତ ସମ୍ପର୍କିତ ପ୍ରାସଙ୍ଗିକ ମାମଲା ନିମନ୍ତେ ଉପଯୋଗ ହେବ। ଭାରତୀୟ ସାକ୍ଷ ବିଧେୟକ-୨୦୨୩  ନିରପେକ୍ଷ ଶୁଣାଣି  ନିମନ୍ତେ ସାକ୍ଷର ସାଧାରଣ ନିୟମ ଓ ସିଦ୍ଧାନ୍ତକୁ ଏକତ୍ରିତ କରି ନ୍ୟାୟ ପ୍ରଦାନ କରିବା ନିମନ୍ତେ।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରୁ ନିଲମ୍ବିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.