ଛୁଟି ଅବଧି ବଢିବା ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା, କହିଲେ ସ୍ଥିତି ଦେଖି ନିଷ୍ପତ୍ତି

Published By : Prameya-News7 Bureau | June 17, 2024 IST

ଭୁବନେଶ୍ୱର ୧୭/୦୬: ରାଜ୍ୟରେ ସ୍କୁଲ ଛୁଟି ବଢାଇବା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରତିକ୍ରିୟା ରଖିଛନ୍ତି । ସିଏସ୍‌ କହିଛନ୍ତି ପାଣିପାଗ ବିଭାଗର ରିପୋର୍ଟକୁ ଦେଖି ସ୍କୁଲ ଛୁଟି ସମ୍ପର୍କରେ ନିଷ୍ପତ୍ତି ନେବେ ସରକାର । ଅପରାହ୍ନରେ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେବେ । ବୈଠକ କରି ସମୀକ୍ଷା କରିବା ପରେ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନିଆଯିବ ।


ସୂଚନା ଥାଉକି, ସୋମବାର ସରୁଛି ରାଜ୍ୟରେ ଖରା ଛୁଟି । ମଙ୍ଗଳବାରଠୁ ସ୍କୁଲ୍ ଖୋଲିବାର ଅଛି । ସେଥିପାଇଁ ଆଜି ରାଜ୍ୟର ଅନେକ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ତଦାରଖ ଦାୟିତ୍ୱ ଦିଆଯାଇଥିଲା । ପରିଷ୍କାର ଓ ପରିଚ୍ଛନ୍ନତାକୁ ତନଖି ଦେଖୁଥିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ । 

ତେବେ ରାଜ୍ୟରେ ଜାରି ରହିଛି ଅସହ୍ୟ ଖରା ଗରମ । ଗୁଳୁଗୁଳିରେ ଅସ୍ୟବ୍ୟସ୍ତ ଲୋକ । ଏହାକୁ ଦେଖି ଓଷ୍ଟା ଶିକ୍ଷକ ସଂଘ ସ୍କୁଲ ଛୁଟି ଅବଧି ବଢାଇବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ହେଲେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.