୬ ମାସର କନ୍ୟା ସନ୍ତାନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ କଟକ ଦମ୍ପତି

Published By : Prameya-News7 Bureau | June 26, 2024 IST

ରାୟଗଡା ୨୬।୬: ପୋଷ୍ୟ ସନ୍ତାନ ଗ୍ରହଣ କଲେ ଦମ୍ପତ୍ତି । ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ନିଜେ ଉପସ୍ଥିତି ରହି କଟକରୁ ଆସିଥିବା ଦମ୍ପତିଙ୍କୁ ପୋଷ୍ୟ କନ୍ୟା ସନ୍ତାନ ପ୍ରଦାନ କରିଛନ୍ତି । ଏହି ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ ପରେ ଖୁସିରେ ବିଭୋର  ହୋଇଥିବା ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ଏହି ଦମ୍ପତିଙ୍କ ପାଖରେ ସବୁ କିଛି ଅଛି କିନ୍ତୁ ସନ୍ତାନଟିଏ ନଥିବାରୁ ସବୁବେଳେ ଚିନ୍ତାରେ ରହୁଥିଲେ । ସେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିକଟରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ । ବହୁ ବର୍ଷ ଅପେକ୍ଷା କରିବା ପରେ ଆଜି   ତାଙ୍କ ଆଶା ପୂରଣ ହୋଇଛି । ପ୍ରାୟ ୪ ମାସ ଧରି ସରକାରଙ୍କ ଏସଏଏ  ସଂସ୍ଥା ରାୟଗଡା ଦ୍ଵାରା ଲାଳନ ପାଳନ ହେଉଥିବା ତଥା ଗୁଡ଼ାରୀ ମେଡିକାଲରୁ ଉଦ୍ଧାର ହୋଇଥିବା  ୬ ମାସର ଏକ କନ୍ୟା ସନ୍ତାନଙ୍କୁ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି କଟକରୁ ଆସିଥିବା ଏହି ଦମ୍ପତି । କନ୍ୟା ସନ୍ତାନକୁ ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରି ବେଶ ଆତ୍ମହରା ହୋଇଛନ୍ତି  ଏହି ଦମ୍ପତ୍ତି । ଜିଲ୍ଲାପାଳ ଶ୍ରୀ ମହାଜନ ପୋଷ୍ୟ ଭାବେ ଗ୍ରହଣ କରିଥିବା କନ୍ୟା ସନ୍ତାନକୁ  ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀ, ପ୍ରତାପ କୁମାର ଦାସ , ଅନୁଷ୍ଠାନିକ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ ।

You Can Read :

ଭିଡିଓ ଜର୍ଣ୍ଣାଲିଷ୍ଟ ଶେଖ୍ ହନିଫ୍ ଅଲିଙ୍କ ପରଲୋକ, ଢେଙ୍କାନାଳରେ ଥିଲେ କାର୍ଯ୍ୟରତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.