ବାଲେଶ୍ଵର ପୌରପାଳିକା ଅଞ୍ଚଳରେ ବଢିଲା କର୍ଫ୍ୟୁ ଅବଧି, ଇଣ୍ଟରନେଟ୍ ବନ୍ଦ ପାଇଁ ନିଷ୍ପତ୍ତି

Published By : Prameya-News7 Bureau | June 18, 2024 IST

ବାଲେଶ୍ବର ୧୮।୬: ବାଲେଶ୍ଵର ପୌରପାଳିକା ଅଞ୍ଚଳରେ କର୍ଫ୍ୟୁ ଅବଧି ବଢିଲା । ଲୋକଙ୍କୁ ଅନୁରୋଧ ଘରେ ରୁହନ୍ତୁ । ଇଣ୍ଟରନେଟ୍ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ପରିସ୍ଥିତି ନିୟନ୍ତ୍ରଣରେ ଅଛି । ବର୍ତ୍ତମାନ ସୁଦ୍ଧା  ୭ଟି ମାମଲା ରୁଜୁ ହୋଇଛି । ୪୦ ପ୍ଲାଟୁନ ଫୋର୍ସ ମୁତୟନ ଅଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମୁତୟନ ହେବ । ୩୪ ଜଣ ଗଣ୍ଡଗୋଳ ମାମଲାରେ ଅଟକ ଅଛନ୍ତି । ପଚରା ଉଚରା ଜାରି ରହିଛି । ତଥ୍ୟ ପ୍ରମାଣ ଆଧାରରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ ବାଲେଶ୍ଵର ସହରବାସୀ ଶାନ୍ତି ବଜାୟ ରଖନ୍ତୁ । ଆଇନ ଶୃଙ୍ଖଳାକୁ ହାତକୁ ନିଅନ୍ତୁ ନାହିଁ । ଆମର ରାସ୍ତା ଉପରେ ଗଣ୍ଡଗୋଳ ହଟାଇବା ପ୍ରାଥମିକତା ଥିଲା । ପରବର୍ତ୍ତୀ ସମୟରେ ଉଭୟ ଗୋଷ୍ଠୀର ଲୋକଙ୍କୁ ନେଇ ଶାନ୍ତି ଫେରିବା ପାଇଁ ଆଲୋଚନା ହେବ । ଯେଉଁ ମାନଙ୍କ ପରୀକ୍ଷା ଅଛି ଆଡମିଟ୍ କାର୍ଡ ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଇ ପାରିବେ । ଜରୁରୀ କାଳୀନ ପରିସ୍ଥିତିରେ ମେଡିକାଲକୁ ଯାଇ ପାରିବେ ।

 ସୂଚନାଯୋଗ୍ୟ ଯେ, ବାଲେଶ୍ଵର ପୌରପାଳିକାରେ କର୍ଫ୍ୟୁ ଜାରି ରହିଛ । ଏହାସହ ସହରକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ବ ରାସ୍ତାରେ ମଧ୍ୟ ବଳବତ୍ତର ରହିବ କର୍ଫ୍ୟୁ । ୧୭/୬/୨୪ ରାତ୍ର ୧୨ଟାରୁ ୧୮/୬/୨୪ ରାତ୍ର ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପୂର୍ବରୁ କୁହାଯାଇଥିଲା । ପରେ ଏହାକୁ ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଓଟି ରୋଡର ସମସ୍ତ ପ୍ରବେଶ ପଥ ସିଲ୍ । କୌଣସି ଜନସାଧାରଣ ଘରୁ ବାହାରକୁ ବାହାରି ପାରିବେ ନାହିଁ। ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ଚାଲି ଚାଲି ଯିବା କିମ୍ବା ଯାନବାହନରେ ବୁଲିବା କିମ୍ବା ଠିଆ ହୋଇ ପାରିବେ ନାହିଁ । ଜରୁରୀ କାଳୀନ  ମେଡିକାଲ ସେବା ବ୍ୟତୀତ । କର୍ଫ୍ୟୁ ସମୟରେ କୌଣଷି ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ଦୋକାନ ବଜାର ଖୋଲାଯିବ ନାହିଁ । କେବଳ ପୌରପାଳିକା କର୍ମଚାରୀ  ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍, ପୋଲିସ କର୍ମଚାରୀ ,ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍, ପିଏଚଡି ଓ ସରକାରୀ ଯାନ୍ତ୍ରିକ ବିଭାଗ ଅଧିକାରୀଙ୍କ ପାଇଁ କୋହଳ ।

You Can Read :

ଦିଲ୍ଲୀରେ ଜଣେ ସାମ୍ବାଦିକଙ୍କ ଘରୁ ଚୋରି : ବାଲେଶ୍ବର ସୋର ଅଞ୍ଚଳରୁ ୩ ଗିରଫ, ଲକ୍ଷାଧିକ ଟଙ୍କାର ହୀରା ଗହଣା ଜବତ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.