ବାଲେଶ୍ବର ସହରରେ ହଟିଲା ଦିନ କର୍ଫ୍ୟୁ, ରାତି ୯ରୁ ସକାଳ ୫ ଯାଏଁ ରହିବ ବଳବତ୍ତର

Published By : Prameya-News7 Bureau | June 25, 2024 IST

ବାଲେଶ୍ବର: ସ୍ବାଭାବିକ ହେଉଛି ବାଲେଶ୍ବର ସହରର ସ୍ଥିତି। ଆସନ୍ତାକାଲିଠୁ କେବଳ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାତି ୯ରୁ ସକାଳ ୫ ଯାଏଁ ଜାରି କର୍ଫ୍ୟୁ ରହିବ ।  ଏହି ନାଇଟ୍ କର୍ଫ୍ୟୁ କେବଳ  ସହଦେବଖୁଣ୍ଟ ଥାନା ଓ ବାଲେଶ୍ବର ଟାଉନ ଥାନା ଅଞ୍ଚଳରେ ହିଁ ରହିବ । 

ସୂଚନାଥାଉକି, ବାଲେଶ୍ବର ସହରରେ ଗୋଷ୍ଠୀ ସଂଘର୍ଷକୁ ନେଇ ଏଯାଏଁ ୨୪ଟି ମାମଲା ରୁଜୁ କରାଯାଇ ୯୧ ଜଣଙ୍କୁ ଗିରଫ କରାଯାଇଛି । ମାଇକ୍ରୋ ଶାନ୍ତି କମିଟି ଖୁବ୍ ଶୀଘ୍ର ଗଠନ କରାଯିବ ବୋଲି କହିଛନ୍ତି ବାଲେଶ୍ବର ଜିଲ୍ଲାପାଳ। 

ଏହା ସହ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି ପାଳନ କରାଯିବ ନେଇ ବାଲେଶ୍ବର ଜିଲ୍ଲାପାଳ ଓ ଏସପି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, ବାଲେଶ୍ବର ସହରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ପୋଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏମିତିକି ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପୋଷ୍ଟ କରିବା ଅପରାଧରେ ଜଣକୁ ଗିରଫ ମଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.