କଟକ ୬/୧: ଖାନନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଅଳଙ୍କାର ଲୁଟ୍ ଘଟଣା । ପୋଲିସ ପଞ୍ଝାରେ ୩ ସନ୍ଦିଗ୍ଧ । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାରେ ପୁରୁଣା ମନ୍ଦିର ଲୁଟେରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରୁଛି ପୋଲିସ । ପୂର୍ବରୁ ଅଟକ ୩ ଜଣ ମନ୍ଦିରକୁ ଆସି କେଉଁଠି କଣ ଅଛି ସେ ସବୁ ଦେଖି ଯାଇଥିବା ଜାଣିବାକୁ ପାଇଛି ପୋଲିସ । ସିସିଟିଭିରୁ ମିଳିଥିବା କାର୍ର ଫୁଟେଜ ଆଧାରରେ ଛାନଭିନ ଚଳାଇଛି ପୋଲିସ ।
ଶନିବାର ପଞ୍ଚମୁଖୀ ମନ୍ଦିରରେ ପଶି କଳାକନା ବୁଲାଇଥିଲେ ଲୁଟେରା । ହନୁମାନଙ୍କ ଚାନ୍ଦିର ଗଦା, କଳସ,ମୁକୁଟ ସହ ସୁନା ଅଳଙ୍କାର ଚୋରି କରିନେଇଯାଇଥିଲେ । ପ୍ରାୟ ୩୫ ଲକ୍ଷର ସୁନା ଅଳଙ୍କାର ଲୁଟ୍ ହେବା ନେଇ ମନ୍ଦିର ପରିଚାଳନା କମିଟି ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ।