ବାତ୍ୟା ପ୍ରଭାବରେ ପ୍ରଭାବିତ ସାଇବେରିଆନ ପକ୍ଷୀ

Published By : Prameya-News7 Bureau | October 25, 2024 IST

ଚଣ୍ଡିଖୋଲ ୨୫।୧୦ : ବାତ୍ୟା ଦାନା ପ୍ରଭାବରେ ଯାଜପୁର ଜିଲ୍ଲାରେ ପବନ ସହ ବର୍ଷା ହୋଇଛି। ଏଥିରେ ପ୍ରଭାବିତ ହୋଇଛନ୍ତି ସାଇବେରିଆନ ପକ୍ଷୀ। ବଡ଼ଚଣା ବ୍ଲକ ଧାନମଣ୍ଡଳ ଷ୍ଟେସନ ବଜାରରେ ଥିବା ଏକାଧିକ ଗଛରେ ବର୍ଷ ବର୍ଷ ଧରି ଅନେକ ସାଇବେରିଆନ ପକ୍ଷୀ ବା ଗେଣ୍ଡାଳିଆ ରହିଥାନ୍ତି। 

ତେବେ ଗୁରୁବାର ରାତିରେ ବର୍ଷା ସହ ପବନ ହେବାରୁ ଅନେକ ପକ୍ଷୀ ତଳକୁ ଖସିପଡି ଆହତ ହୋଇଥିବା ବେଳେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଏବଂ ଚଣ୍ଡିଖୋଲ ବନ ବିଭାଗର କର୍ମଚାରୀମାନେ ଆହତ ପକ୍ଷୀଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରେ ରଖି ଚିକିତ୍ସା କରିଥିବା ଦେଖିବାକୁ ମିଳିଛି।


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.