ବେଳକୁ ବେଳ ସାଂଘାତିକ ହେଉଛି ଘୂର୍ଣ୍ଣିବାତ୍ୟା ‘ବିପୋରଯୋୟ’, IMDଙ୍କ ସତର୍କତା, ଏହି ସବୁ ଜିଲ୍ଲାରେ ରଚିବ ତାଣ୍ଡବ

Published By : Prameya-News7 Bureau | June 13, 2023 IST

ନୂଆଦିଲ୍ଲୀ ୧୩।୬: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ବିପୋରଯୋୟ’ ଯୋଗୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରାଯାଉଛି। ବାତ୍ୟା କାରଣରୁ ଗୁଜରାଟର କଚ୍ଛ, ଦେବଭୂମି ଦ୍ୱାରକା ଓ ଜାମନଗର ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମଡି) ମଙ୍ଗଳବାର ସତର୍କତା ଜାରି କରିଛନ୍ତି। ଆଇଏମଡିଙ୍କ ଅନୁସାରେ ଘୂର୍ଣ୍ଣିବାତ୍ୟା ବିପୋରଯୋୟ ଜୁନ ୧୫ ତାରିଖ ଦିନ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ (ଭିଏସସିଏସ୍) ରୂପେ ଜଖାଉ ବନ୍ଦର ନିକଟରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ।

{"id":802990,"sizeSlug":"full","linkDestination":"none"}

ବିପୋରଯୋୟ ଭୂ-ଭାଗକୁ ପ୍ରବେଶ କାଳରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗ ଧରିବା ସହ ଝଙ୍କାର ପାଖାପାଖି ୧୫୦ କିଲୋମିଟର ବେଗର ରହିବ ବୋଲି ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସମ୍ଭବତଃ ଏଥି ଲାଗି ବ୍ୟାପକ କ୍ଷୟକ୍ଷତି ହୋଇପାରେ ବୋଲି ସେ କହିଛନ୍ତି।  ସାମୁଦ୍ରିକ ବାତ୍ୟା ଭୂଭାଗ ଅତିକ୍ରମ କରିବା ସମୟରେ ଗୁଜରାଟର କଚ୍ଛ, ଦେବଭୂମି ଦ୍ୱାରକା ଓ ଜାମନଗର ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

{"id":802995,"sizeSlug":"full","linkDestination":"none"}

ମହାପାତ୍ର କହିଛନ୍ତି ଯେ ସାଧାରଣରେ ଏଠାରେ ଏତେ ପରିମାଣର ବର୍ଷା ହୁଏ ନାହିଁ। ଏଣୁ ଖାଲୁଆ ଓ ନିମ୍ନାଞ୍ଚଳରେ ପାଣି ଭରିଯିବାର ଆଶଙ୍କା କରାଯାଉଛି। ସେହିପରି ପୋରବନ୍ଦର, ରାଜକୋଟ, ମୋରବୀ ଓ  ଜୁନାଗଡରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ପବନର ବେଗ ୧୪୦ କିଲୋମିଟରକୁ ଛୁଇଁପାରେ। ସୌରାଷ୍ଟ୍ର, କଚ୍ଛ ଉପକୂଳରେ ୩ରୁ ୬ ମିଟର ଉଚ୍ଚ ସାମୁଦ୍ରିକ ଜୁଆର ମାଡ଼ି ଆସିପାରେ। ଏଣୁ ଉପକୂଳ ଅଞ୍ଚଳରୁ ଲୋକଙ୍କୁ ଖାଲି କରିବା ପାଇଁ ମହାପାତ୍ର ଜିଲ୍ଲା ପ୍ରଶାସନମାନଙ୍କୁ ପରାମର୍ଶ ଦେବା ସହ ତତ୍କାଳ ପଦକ୍ଷେପ ନେବାକୁ କହିଛନ୍ତି।

ଫିଲପାଇନ୍ସ ମେୟୋନ୍‌ ଅଗ୍ନେୟ ଗିରିରେ ଉଦଗିରଣ, ୧୪ ହଜାର ଲୋକେ ବିସ୍ଥାପିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.