କେନ୍ଦ୍ରାପଡାରେ ତୁହାକୁ ତୁହା ବର୍ଷା-ପବନ,ସଂଧ୍ୟା ସୁଦ୍ଧା ୫୮ ହଜାର ୯୭୦ ସ୍ଥାନାନ୍ତର

Published By : Prameya-News7 Bureau | October 24, 2024 IST

କେନ୍ଦ୍ରାପଡା୨୪/ ୧୦: କେନ୍ଦ୍ରାପଡାରେ ବାତ୍ୟା ଦାନାର ପ୍ରଭାବ ବଢୁଛି । ତୁହାକୁ ତୁହା ପବନ ସାଂଗକୁ ଲାଗି ରହିଛି ବର୍ଷା । ସଂଧ୍ୟା ୫ଟା ସୁଦ୍ଧା ୫୫୦ଟି  ବାତ୍ୟା ଆଶ୍ରୟସ୍ଥଳୀରେ ୫୮ ହଜାର ୯୭୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରାଜନଗର ବ୍ଳକର ୧୮ ଟି ପଞ୍ଚାୟତର ୧୮ ହଜାର ୨୮୪ ଜଣ ଓ ମହାକାଳପଡା ବ୍ଲକ ର ୧୪ ଟି ପଞ୍ଚାୟତରୁ ୩ହଜାର ୯୩୬ ଜଣ ସ୍ଥାନାନ୍ତର ହୋଇଛନ୍ତି l ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି l ସେଥିମଧ୍ୟରୁ ରାଜକନିକା ବ୍ଲକ୍ ରେ ସର୍ବାଧିକ ୨୯ ମିଲିମିଟର ଓ କେନ୍ଦ୍ରାପଡା ବ୍ଲକରେ ସର୍ବନିମ୍ନ ୬ ମିଲିମିଟର ବର୍ଷା ରେକର୍ଡ କରାହୋଇଛି l ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି l

 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.