ଭାରତର ପ୍ରଥମ ମହିଳା ଇଞ୍ଜିନିୟର, ଯାହାଙ୍କ ଜିଦ୍‌ ଆଣିଥିଲା ବଡ ପରିବର୍ତ୍ତନ

Published By : Prameya-News7 Bureau | October 04, 2024 IST

ନୂଆଦିଲ୍ଲୀ ୪/୧୦: ସୁଧା ମୂର୍ତ୍ତୀଙ୍କ ପରି ଆଉ ଜଣେ ଦମୟନ୍ତୀ ହିଙ୍ଗୋରାନୀ ଗୁପ୍ତା  । ଭାରତର ପ୍ରଥମ ମହିଳା ଇଞ୍ଜିନିୟର । ତାଙ୍କ ଜିଦ୍‌ ଯୋଗୁ ହାରିଥିଲା ଆମେରିକୀୟ କଂପାନୀ । ୩ଲକ୍ଷ ୩୬ ହଜାର କୋଟି ଟଙ୍କା ମୂଲ୍ୟର ଏତେ ବଡ କଂପାନୀକୁ ଜଣେ ମହିଳାଙ୍କ ସାମ୍ନାରେ ନତମସ୍ତକ ହେବାକୁ ପଡଥିଲା । କଂପାନୀରେ ବର୍ଷ ବର୍ଷ ଧରି ଚାଲିଥିବା ନିୟମରେ ଲାଗିଥିଲା ବ୍ରେକ୍‌ । ଆଉ ଏଣ୍ଟ୍ରି କରିଥିଲେ ମହିଳା । କେମିତି ଥିଲା ଦମୟନ୍ତୀଙ୍କ ସଂଘର୍ଷରୁ ସଫଳତାର ଯାତ୍ରା 

ଦମୟନ୍ତୀ ହିଙ୍ଗୋରାନୀ ଗୁପ୍ତା । ତାଙ୍କ ଜିଦ୍‌ ଆଗରେ ହୋଇଥିଲା ଜିତ୍‌ । ଆମେରିକାର ବିରାଟ କଂପାନୀ ଫୋର୍ଡ ମୋଟର୍ସ । ୩ହଜାର ୩୬ ଲକ୍ଷ କୋଟିର ମାଲିକ ।  ଏତେ ବଡ କଂପାନୀରେ କିନ୍ତୁ  ମହିଳାଙ୍କୁ ଚାକିରି ବାରଣ ଥିଲା । ଏମିତିକି କୌଣସି ବ୍ରିଟିଶ କିମ୍ବା ଆମେରିକୀୟଙ୍କ ପାଇଁ ସେଠି ଚାକିରିର ବ୍ୟବସ୍ଥା ନଥିଲା । ସେଠି ଦମୟନ୍ତୀ ଏଣ୍ଟ୍ରି କରି ଜଣେ ଭାରତୀୟ ମହିଳା ଇଞ୍ଜିନିୟର ଭାବରେ ଚାକିରି କଲେ । ଅନ୍ୟ ମହିଳାଙ୍କ ଭବିଷ୍ୟତ ପାଇଁ ବାଟ ଖୋଲିଦେଲେ । 

୧୯୪୨ରେ ପାକିସ୍ତାନରେ ଜନ୍ମ ହୋଇଥିଲେ ଦମୟନ୍ତୀ। ଦେଶ ବିଭାଜନ ପରେ ଭାରତକୁ ପଳାଇ ଆସିଥିଲେ । ସେତେବେଳେ ଦମୟନ୍ତୀ ମାତ୍ର ୧୩ ବର୍ଷର ନାବାଳିକା । ଏତେ କମ୍‌ ବୟସରୁ ସେ ନିଜ ଲକ୍ଷ୍ୟ ସ୍ଥିର କରିନେଇଥିଲେ । ସେ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲେ । ହେଲେ ତାଙ୍କ ପାଇଁ ଏ ନିଷ୍ପତ୍ତି ସହଜ ନଥିଲା । କାହିଁକି ନା ସେହି ସଂମୟରେ ଝିଅମାନେ ଇଞ୍ଜିନିୟରିଂ ପଢୁନଥିଲେ । ହେଲେ ଦମୟନ୍ତୀଙ୍କ ଜିଦ୍‌ ତାଙ୍କୁ ଆଗକୁ ନେଇଥିଲା । ପ୍ରଥମ ଝିଅ ଭାବରେ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ ଦମୟନ୍ତୀ । ମେକାନିକାଲ ଇଞ୍ଜିନିୟରିଂ ପଢିବା ବେଳେ ତାଙ୍କୁ ଅନେକ ଚାଲେଞ୍ଚର ସାମ୍ନା କରିବାକୁ ପଡିଥିଲା । ହଜାର ହଜାର ପୁଅଙ୍କ ମଧ୍ୟରେ ସେ ଏକୁଟିଆ ଝିଅ ଥିଲେ । ଏମିତିକି ଝିଅମାନଙ୍କ ପାଇଁ ଟଏଲେଟ୍‌ ନଥିଲା । ବାଥ୍‌ରୁମ ତାଙ୍କୁ ଦେଢ କିଲୋମିଟର ଚାଲିବାକୁ ପଡୁଥିଲା । ହେଲେ ସାହସ ହରାଇ ନଥିଲେ ଦମୟନ୍ତୀ।

ଇଞ୍ଜିନିୟରିଂ ଡିଗ୍ରୀ ଶେଷ ହେବା ପରେ ୧୯୬୭ରେ ଆମେରିକାର ବିରାଟ କଂପାନୀ ଫୋର୍ଡ ମୋଟର୍ସ ନିକଟରେ ପହଞ୍ଚିଥିଲେ । ସେ ତାଙ୍କୁ ରିଜ୍ୟମକୁ ଏଚ୍‌ଆରଙ୍କୁ ପଠାଇଥିଲେ । ହେଲେ ତାଙ୍କ ରିଜ୍ୟମକୁ ଆକସେପ୍ଟ କରିନଥିଲେ HR । କାହିଁକି ନା ସେଠି ମହିଳା ମାନଙ୍କୁ ଚାକିରି ମିଳୁନଥିଲା । ସେ ନିର୍ଭିକ ଭାବରେ କଂପାନୀକୁ ଗୋଟିଏ ପ୍ରଶ୍ନ ପଚାରିଥିଲେ । ତମେ ଯଦି ସୁଯୋଗ ନଦେବ ମହିଳା ଇଞ୍ଜିନିୟର କେମିତି ମିଳିବ । ଦମୟନ୍ତୀଙ୍କ ଆତ୍ମବିଶ୍ବାସ କଂପାନୀକୁ କିଛି ସମୟ ଭାବିବାକୁ ବାଧ୍ୟ କରିଦେଇଥିଲା । ଆଉ ଶେଷରେ ବର୍ଷ ବର୍ଷ ଧରି ଚାଲିଥିବା ନିୟମ ବଦଳାଇବାକୁ ପଡିଥିଲା । ଆଉ ସେଠାରେ ଚାକିରି ପାଇଥିଲେ ଦମୟନ୍ତୀ । 

ଦମୟନ୍ତୀ କେବଳ କଂପାନୀକୁ ନିୟମ ପରିବର୍ତ୍ତନ କରିବାକୁ ବାଧ୍ୟ କରିନାହାନ୍ତି ବରଂ ଭବିଷ୍ୟତ ପିଢି ପାଇଁ ରାସ୍ତା ଖୋଲି ଦେଇଛନ୍ତି । ତାଙ୍କ ଆତ୍ମବିଶ୍ବାସ ଓ ଜିଦ୍‌ ଆଗରେ ବିଲିୟନ ଡଲାର କଂପାନୀ ଫୋର୍ଡ ମୋଟର୍ସକୁ ବର୍ଷ ବର୍ଷର ନିୟମ ପରିବର୍ତ୍ତନ କରିବାକୁ ପଡିଲା ଆଉ ମହିଳାଙ୍କୁ ଚାକିରି ମିଳିଲା । 


ଜିଦ୍‌ ପୁରା କରିବାରେ ଦମୟନ୍ତୀ ପ୍ରଥମ ନୁହନ୍ତି ତାଙ୍କ ପୂର୍ବରୁ ଆଉ ଜଣେ ମହିଳା ମଧ୍ୟ ଦେଶର ବଡ କଂପାନୀକୁ ବର୍ଷ ବର୍ଷର ନିୟମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଦେଇଥିଲେ । ସେ ଆଉ କେହି ନୁହଁନ୍ତି ଜଣାଶୁଣା ଲେଖିକା ତଥା ସାମାଜିକ କର୍ମୀ ସୁଧା ମୂର୍ତ୍ତି । ତାଙ୍କ କଥା ସମସ୍ତଙ୍କୁ ଉଣା ଅଧିକେ ଜଣାଥିବ । ତାଙ୍କ ପାଇଁ ଦେଶର ବଡ କଂପାନୀ ଟାଟା ଗ୍ରୁପ ନିଜର ନିୟମ ପରିବର୍ତ୍ତନ କରିଥିଲା । ଆଉ ସେଠାରେ ମହିଳାଙ୍କୁ ଚାକିରି ମିଳିଥିଲା । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.