ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନକୁ ନେଇ ଏମିତି କହିଥିଲେ ପ୍ରଣବ ମୁଖାର୍ଜୀ, ଖୁଲାସା କଲେ ଝିଅ ଶର୍ମିଷ୍ଠା

Published By : Prameya-News7 Bureau | December 06, 2023 IST

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ରାହୁଲ ଗାନ୍ଧୀଙ୍କ ସମ୍ପର୍କ କେମିତି ଥିଲା? ଏହାର ଖୁଲାସା କରିଛନ୍ତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ।

୨୦୧୩ରେ ଲାଲୁ ପ୍ରସାଦ ଯାଦବଙ୍କୁ ସଂସଦରେ ଅଯୋଗ୍ୟ ଘୋଷଣା କରିବାକୁ ୟୁପିଏ ସରକାର ଆଣିଥିବା ଅର୍ଡିନାନ୍ସକୁ ରାହୁଲ ଗାନ୍ଧୀଙ୍କ ଚିରି ଦେଇଥିଲେ। ଯାହା ପ୍ରଣବ ମୁଖାର୍ଜୀଙ୍କୁ ଆଦୌ ଭଲ ଲାଗି ନଥିଲା ବୋଲି ଶର୍ମିଷ୍ଠା କହିଛନ୍ତି। ପ୍ରକୃତରେ ଶର୍ମିଷ୍ଠା ତାଙ୍କ ବାପା ପ୍ରଣବ ମୁଖାର୍ଜୀଙ୍କ ବିଷୟରେ ଏକ ବହି ଲେଖିଛନ୍ତି ଯାହାର ଶୀର୍ଷକ ରହିଛି “ଇନ୍ ପ୍ରଣବ, ମାଇଁ ଫାଦର।” ବହି  ବିଷୟରେ ସୂଚନା ଦେଇ ଏହିସବୁ କଥା କହିଛନ୍ତି ଶର୍ମିଷ୍ଠା।

ଶର୍ମିଷ୍ଠାଙ୍କ ଅନୁସାରେ, ପ୍ରଣଙ୍କ ପାଇଁ ରାହୁଲ ଗାନ୍ଧୀଙ୍କ ଭାଷଣ ରଜନୈତିକ ଦୃଷ୍ଟିରୁ ଅପରିପକ୍ୱ ଥିଲା। ବୋଧହୁଏ ରାହୁଲ ତାଙ୍କ ଧାରଣାରୁ ନିବୃତ୍ତ ରହିଯାଉଥିଲେ ବୋଲି ପ୍ରଣବ ଭାବୁଥିଲେ। କେବଳ ସେତିକି ନୁହେଁ, ୨୦୧୪ ଦଳ ନିର୍ବାଚନ ହାରିବା ପରେ ରାହୁଲ ଗାନ୍ଧୀ ଅନେକ ସମୟରେ ସଂସଦରେ ଅନୁପସ୍ଥିତ ରହୁଥିଲେ। ଯାହା ପ୍ରଣବଙ୍କ ଭଲ ଲାଗୁ ନଥିଲା। ସେ ଏନେଇ ରାହୁଲଙ୍କ ଉପରେ ଅସନ୍ତୋଷ ଥିଲେ। ସୋନିଆ ଗାନ୍ଧୀ ତାଙ୍କୁ ପ୍ରଧାନମନ୍ତ୍ରୀ କରାନ୍ତୁ ବୋଲି ପ୍ରଣବଙ୍କର କୌଣସି ଆଶା ନଥିଲା ବୋଲି ଶର୍ମିଷ୍ଠା କହିଛନ୍ତି।

ସେ କହିଛନ୍ତି “ ୨୦୦୪ରେ ସୋନିଆ ଯେତେବେଳେ ପ୍ରଧାନମନ୍ତ୍ରୀ ପଦରୁ ଓହରି ଆସିଲେ, ସେତେବେଳେ ମିଡିଆରେ କଥା ଉଠିଲା ଯେ ମୋ ବାପା ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ତେଣୁ ସେ ସତରେ ପ୍ରଧାନମନ୍ତ୍ରୀ ହେବେ କି ନା ମୁଁ ତାଙ୍କୁ ପଚାରିଲି। ସେ କହିଲେ ନାଁ.. ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବେ।”

ପଢ଼ନ୍ତୁ-କାଶ୍ମୀର ପଣ୍ଡିତଙ୍କ ପାଇଁ ସଂରକ୍ଷଣ ଆସନ ଓ ଜାମ୍ମୁରେ ବଢିବ ସିଟ୍; ଗୃହମନ୍ତ୍ରୀ

୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ମେଣ୍ଟ ସରକାର ସମର୍ଥନରେ ନଥିଲେ। ଏକଥା ସେ କଂଗ୍ରେସ ୱାର୍କିଂ କମିଟି ବୈଠକରେ କହି ଦେଇଥିଲେ ବୋଲି ପ୍ରଣବ ତାଙ୍କ ଡାଏରୀରେ ଲେଖିଛନ୍ତି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ରାହୁଲ ଓ ପ୍ରଣବଙ୍କ ମଧ୍ୟରେ ଅଧିକ ଦେଖା ସାକ୍ଷାତ କି ଆଲୋଚନା ହେଉ ନଥିଲା ବୋଲି କହିଛନ୍ତି କଂଗ୍ରେସ ପ୍ରବକ୍ତା ଶର୍ମିଷ୍ଠା ।  

ରାହୁଲ ଗାନ୍ଧୀଙ୍କର ପ୍ରଧାନମନ୍ତ୍ରୀ ହେବାର ସପ୍ନ ନେଇ ଥରେ ପ୍ରଣବ ମୁଖାର୍ଜୀ ତାଙ୍କୁ ବ୍ୟଙ୍ଗ କରିଥିଲେ। ସେ କଥା ମଧ୍ୟ ଶେୟାର କରିଛନ୍ତି ଶର୍ମିଷ୍ଠା। ଦିନେ ପ୍ରଣବ ସକାଳ ସମୟରେ ମୁଗଲ ଗାର୍ଡେନ୍‌ରେ ବୁଲୁଥାନ୍ତି। ସେ ଯେତେବେଳେ ସକାଳ ଚଲା ଚାଲୁଥିବା କିମ୍ବା ପୂଜା କରୁଥିବେ କେହି ବ୍ୟାଘାତ ସୃଷ୍ଟି କରୁ ସେ ପସନ୍ଦ କରୁ ନଥିଲେ। କିନ୍ତୁ ଏହା ସତ୍ତ୍ୱେ ବି ପ୍ରଣବ ରାହୁଲଙ୍କୁ ଭେଟିଥିଲେ। ମୁଁ ପରେ ଜାଣିବାକୁ ପାଇଥିଲି ଯେ ରାହୁଲ ଗାନ୍ଧୀ ବାବାଙ୍କୁ ସନ୍ଧ୍ୟାରେ ଭେଟିବାକୁ ଆସୁଛନ୍ତି। ଏନେଇ ମୁଁ ବାବା(ପ୍ରଣବ ମୁଖାର୍ଜୀ) ପଚାରିଲି। ସେ ଏଥିରେ ଉତ୍ସାହିତ ହେଲେ ନାହିଁ ବରଂ ଥଟା କରି କହିଲେ ଯଦି ରାହୁଲ ଗାନ୍ଧୀ ଅଫିସ ଏମ୍‌ ଓ ପିଏମ୍ ମଧ୍ୟରେ ଫରକ ଜାଣିପାରୁ ନାହାନ୍ତି ତେବେ ସେ ପ୍ରଧାନମନ୍ତ୍ରୀ କେମିତି ହେବେ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.