ଭୁବନେଶ୍ବର ୧୬।୩: ରାଜଧାନୀରେ ହୋଲିରେ ଡବଲ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ସେ କହିଛନ୍ତି, ସହିଦନଗର ଶାନ୍ତିପଲ୍ଲୀ ବସ୍ତି ହତ୍ୟା ଘଟଣାରେ ତିନି ଅଭିଯୁକ୍ତକୁ ଚିହ୍ନଟ କରିଛି କମିସନରେଟ୍ ପୋଲିସ । ତିନି ଅଭିଯୁକ୍ତ ଏବେବି ଫେରାର ଥିବାବେଳେ ସେମାନଙ୍କୁ ଟ୍ରାକିଂ କରିସାରିଛି ସ୍ଵତନ୍ତ୍ର ସ୍କ୍ବାଡ୍ । ଖୁବ୍ ଶୀଘ୍ର ଗିରଫ କରିବାକୁ ଚାରୋଟି ଟିମ୍ ଗଠନ ହୋଇଛି । ଭୁବନେଶ୍ୱରରେ ହୋଲିରେ ହୋଇଥିବା ଦୁଇଟି ହତ୍ୟା ମାମଲାରେ କମିସନରେଟ୍ ପୋଲିସ ତନାଘନା ଜାରି ରଖିଛି ।
ସେହିପରି ମଞ୍ଚେଶ୍ୱର ସମେଇଗାଡ଼ିଆ ଅଞ୍ଚଳ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି । ନିଜେ ଡିସିପି ଦୁଇ ଅଟକ ଅଭିଯୁକ୍ତଙ୍କୁ ଜେରା କରିଛନ୍ତି । ହତ୍ୟାକାରୀ ମଦ ପିଇ ହତ୍ୟା କରିଥିବା ଜଣାପଡ଼ିଥିବା DCP କହିଛନ୍ତି ।
ସେପଟେ ଶନିବାର ରାତିରେ ଚନ୍ଦ୍ରଶେଖରପୁର ଥାନା ବୁଦ୍ଧବିହାରରେ ହୋଇଥିବା ଆକ୍ରମଣ ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି ।
You Can Read:
ସର୍ଭେ ପରେ ଚୂଡ଼ାନ୍ତ ହେବ ରାସନ କାର୍ଡ ହିତାଧିକାରୀଙ୍କ ତାଲିକା, ହଠାତ୍ କଟାଯିବନି କାର୍ଡ