ଶରଧା ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା

Published By : Prameya-News7 Bureau | June 22, 2024 IST

ରାୟଗଡା ୨୨।୬: ରାୟଗଡ଼ା ସ୍ଥିତ ଶରଧା ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳିତ ହୋଇଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ଖୋଲା ଆକାଶ ତଳେ ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ । 

ଶନିବାର ସକାଳୁ ଶରଧା ଶ୍ରୀକ୍ଷେତ୍ରରେ ତିନିଠାକୁର ସ୍ନାନ ମଣ୍ଡପରେ ସମସ୍ତ ନୀତିକାନ୍ତି ମଧ୍ୟରେ ଦେବାସ୍ନାନ ମହୋତ୍ସବ ଅନୁଷ୍ଠିତ ହୋଇଛି । ୧୦୮ ସୁଗନ୍ଧିତ ଜଳ ଢ଼ାଳି ସ୍ନାନ କରିବା ପରେ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା । ପରେ ଚତୁର୍ଦ୍ଧାମୂର୍ତ୍ତି ଗଜାନନ ବେଶରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ମହାପ୍ରଭୁଙ୍କ ଏହି ପବିତ୍ର ଉତ୍ସବରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଓ ତହସିଲଦାର ପ୍ରିୟଦର୍ଶନୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

You Can Read :

ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.