ଦିଲ୍ଲୀ ଓ ଏନସିଆର ବାୟୁମାନରେ ଆସିଲା ସୁଧାର, ହଟିଲା ଗ୍ରେପ-୪ରେ ଲାଗିଥିବା କଟକଣା

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ ୧୮।୧୧: ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ଓ ଦିଲ୍ଲୀର ବାୟୁ ଗୁଣମାନରେ ସୁଧାର ଆସିଛି। ଏଣୁ ଶନିବାର ସରକାର ଗ୍ରେପ-୪ ଅନୁସାରେ ଲଗାଇଥିବା କଟକଣା କୋହଳ କରିଛନ୍ତି। ଏହି ସୂଚନା ଜାତୀୟ ରାଜଧାନୀ କ୍ଷେତ୍ର ଓ ନିକଟବର୍ତ୍ତି କ୍ଷେତ୍ରର ବାୟୁଗୁଣବତ୍ତା ପ୍ରବନ୍ଧନ ଆୟୋଗ ଦେଇଛନ୍ତି। କଟକଣା ହଟିବା ପରେ ଏବେ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ସାର୍ବଜନିକ ନିର୍ମାଣ ସମ୍ପର୍କିତ ନିର୍ମାଣ କାର୍ଯ୍ୟ ସବୁ ହୋଇପାରିବ।

{"id":871520,"sizeSlug":"full","linkDestination":"none"}

ତେବେ ବାୟୁଗୁଣବତ୍ତା ଖରାପ ହେବା ଯୋଗୁ ଜାତୀୟ ରାଜଧାନୀରେ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବା ସହ ଟ୍ରକ୍ ଓ ୪ ଚକିଆ ବାଣିଜ୍ୟିକ ଯାନର ପ୍ରବେଶ ଉପରେ କଟକଣା ଲାଗିଥିଲା। ଏବେ ଗ୍ରେପ-୪ କଟକଣା ପ୍ରତ୍ୟାହୃତ ହୋଇଥିବାରୁ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବାଣିଜ୍ୟିକ ଭାରିଯାନ ପ୍ରବେଶ ମଧ୍ୟ ସମ୍ଭବ ହୋଇଛି। ତେବେ ରାଜଧାନୀ ଦିଲ୍ଲୀରେ ଏବେବି ଗ୍ରେପ-୧ରୁ ଗ୍ରେପ-୩ ପର୍ଯ୍ୟନ୍ତ ଥିବା ସମସ୍ତ କଟକଣା ବଳବତ୍ତର ରହିବ।

{"id":871521,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବାୟୁ ମାନରେ ଗରୁତର ଅବନତି ପରେ ସରକାର ନଭେମ୍ବର ୫ ତାରିଖ ଦିନ ଗ୍ରେପ-୪ କଟକଣା ଲାଗୁ କରିଦେଇଥିଲେ। ଫଳରେ ଜାତୀୟ ରାଜଧାନୀ ଅଞ୍ଚଳରେ ଭାରି ଯାନବାହନ ଚଳାଚଳ ବ୍ୟହତ ହେବା ସହ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ତେବେ ଗତ ୩ ଦିନରେ ପ୍ରଦୂଷଣ ସ୍ତରରେ ହୋଇଥିବା ସୁଧାରକୁ ନଜରରେ ରଖି ସରକାର ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିଛନ୍ତି।

ମୋହେଞ୍ଜୋଦାରୋରେ ଖନନ ବେଳେ ମିଳିଲା ‘ଖଜଣା’, ଖୋଲିବ ଅନେକ ରହସ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.