ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା, ନିର୍ମାଣ ଶ୍ରମିକଙ୍କୁ ମିଳିବ ୮୦୦୦ ଟଙ୍କା

Published By : Prameya-News7 Bureau | December 03, 2024 IST

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି । ସରକାରଙ୍କ କଟକଣା ଯୋଗୁଁ ୯୦,୦୦୦ରୁ ଅଧିକ ପଞ୍ଜିକୃତ ଶ୍ରମିକ ପ୍ରଭାବିତ ହୋଇଛନ୍ତି । ଏହି ଶ୍ରମିକଙ୍କ ପାଇଁ ସରକାର ଏବେ ସହାୟତାର ହାତ ବଢାଇଛନ୍ତି । ୯୦ ହଜାର ପଞ୍ଜିକୃତ ଶ୍ରମିକଙ୍କୁ ୮ ହଜାର ଟଙ୍କା ଆର୍ଥିକ ସହୟତା ପ୍ରଦାନ କରାଯିବ । ଅଧିକାରୀଙ୍କ ସୂଚନା ଅନୁସାରେ, ଅତିରିକ୍ତ ମୁଖ୍ୟ ସଚିବ (ଅର୍ଥ) ଆଶୀଷ ଚନ୍ଦ୍ର ବର୍ମାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଭବନ ଏବଂ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ବାୟୁ ପ୍ରଦୂଷଣ ରୋକିବା ପାଇଁ ନଭେମ୍ୱର ୧୮ରୁ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁ କରାଯାଇଥିଲା । 

ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଯୋଗୁଁ ପ୍ରଭାବିତ ଶ୍ରମିକଙ୍କୁ କୌଣସି ଭତ୍ତା ଦିଆଯାଇଛି କି ନାହିଁ ସେନେଇ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ସୁପ୍ରିମକୋର୍ଟ ଏନସିଆର ରାଜ୍ୟର ମୁଖ୍ୟ ସଚିବଙ୍କୁ ଡିସେମ୍ୱର ୫ରେ ଭିଡିଓ ହାଜର ହୋଇ ଏହା ଉପରେ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶ୍ରମିକ କଲ୍ୟାଣ ବୋର୍ଡ ମତରେ ନିର୍ମାଣ ଶ୍ରମିକ ଲାଭାର୍ଥୀ ରୂପେ ପ୍ରମାଣ ଦେବା ପରେ ଯୋଗ୍ୟ ଶ୍ରମିକଙ୍କୁ ୮୦୦୦ ଆର୍ଥିକ ସହଯୋଗ ପ୍ରଦାନ କରାଯିବ । ବୋର୍ଡ ପକ୍ଷରୁ ଶ୍ରମିକଙ୍କ ଜୀବିତ ସଦସ୍ୟଙ୍କ ସ୍ଥିତି ସ୍ଥିର କରିବା ପାଇଁ ନଭେମ୍ୱର ୨୫ କଟ୍-ଅଫ୍-ଡେଟ୍ ରଖାଯାଇଛି । ଏହି ଦିନ କୋର୍ଟ ଆଦେଶ ଜାରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.