ବାତ୍ୟା ଦାନା ପାଇଁ ପ୍ରସ୍ତୁତ ଦିଗପହଣ୍ଡି ପ୍ରଶାସନ, ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର

Published By : Prameya-News7 Bureau | October 24, 2024 IST

ଦିଗପହଣ୍ଡି 24/10  : ଉପକୂଳ ଆଡକୁ ଆଖି ଦେଖାଇ ମାଡି ଆସୁଛି ବାତ୍ୟା ‘ଦାନା’ । ଲୋକଙ୍କ ମନରେ ଛନକା । ଆଉ ଏପଟେ ଜିରୋ କାଜୁଆଲିଟି ମିଶନରେ ପ୍ରସ୍ତୁତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର । ଲୋକଙ୍କ ଯେପରି କ୍ଷତି ନହୁଏ, ଲୋକେ ସୁରକ୍ଷିତ ରୁହନ୍ତୁ ଏଥିପାଇଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। 

ଏଭଳି ସ୍ଥିତିରେ ଦିଗପହଣ୍ଡି ବ୍ଲକ୍ ଏସ୍ ଟିକରପଡ଼ା ପଞ୍ଚାୟତ ଗୁଚ୍ଛପଟା ଆଦିବାସୀମାନଙ୍କୁ ବ୍ଲକ୍ ପ୍ରଶାସନ ସୁରକ୍ଷିତ ଭାବେ ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଛି। ସେମାନଙ୍କ ପାଇଁ ଖାଇବା ପିଇବାର ବି ସମସ୍ତ ବ୍ୟବସ୍ଥା କରାଯାଇଛି। 

Also Read-  

ବାତ୍ୟା ‘ଦାନା’ ପାଇଁ ପ୍ରସ୍ତୁତି, ସମୁଦ୍ର କୂଳରେ ପୋଲିସ୍ ମୁତୟନ

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.