ୟୁପି-ବିହାରର ଲୋକ ତାମିଲନାଡୁରେ ଟଏଲେଟ୍ ସଫା କରନ୍ତି, ଡିଏମ୍‌କେ ନେତାଙ୍କ ବିବାଦୀୟ ବୟାନ; ନୀତୀଶଙ୍କୁ ଘେରିଲା ବିଜେପି

Published By : Prameya-News7 Bureau | December 23, 2023 IST

ନୂଆଦିଲ୍ଲୀ: ଡିଏମକେ ନେତା ଦୟାନିଧି ମାରନ୍ ୟୁପି-ବିହାର ଲୋକଙ୍କ ପାଇଁ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । ଦୟାନିଧି ମାରନ କହିଛନ୍ତି ଯେ ଉତ୍ତର ପ୍ରଦେଶ ଓ ବିହାରର ହିନ୍ଦୀଭାଷୀ ତାମିଲନାଡୁରେ ଟଏଲେଟ୍ ସଫା କରୁଛନ୍ତି । ସେ କହିଛନ୍ତି ଯେ ଏହି ଲୋକମାନେ ନିର୍ମାଣ ସହ ଜଡିତ ଛୋଟ-ଛୋଟ କାମ କରନ୍ତି । ଡିଏମକେ ନେତାଙ୍କ ଏହି ବୟାନ ପରେ ଏବେ ବିବାଦ ବଢିଛି । ଦୟାନିଧି ମାରନଙ୍କ ଭିଡିଓକୁ ସେୟାର କରି ବିଜେପି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏହା ଉପରେ ବିଚାର କଣ ବୋଲି ପ୍ରଶ୍ନ କରିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶହଜାଦ ପୁନୱାଲା କହିଛନ୍ତି ଯେ ଡିଏମକେ ସାଂସଦ ସେନ୍ଥଲ କୁମାର ସଂସଦରେ ଉତ୍ତର ଭାରତୀୟ ପାଇଁ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଏହାପରେ ରେଭନ୍ଥ ରେଡ୍ଡୀ ତେଲଙ୍ଗାନା ଡିଏନଏକୁ ବିହାର ଡିଏନଏଠାରୁ ଭଲ କହିଥିଲେ । ଏବେ ଡିଏମକେ ନେତା ଦୟାନିଧି ମାରନ ନିଜ ଟିପ୍ପଣୀରେ ଉତ୍ତର-ଦକ୍ଷିଣ ବିବାଦକୁ ବଢାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଡିଏମକେ ମିଳିତ ବିରୋଧୀ ମେଣ୍ଟର ସଦସ୍ୟ ଅଛି । ଏହି ମେଣ୍ଟରେ ୟୁପି-ବିହାରରୁ ପ୍ରମୁଖ ପାର୍ଟି ଜେଡିୟୁ, ଆରଜେଡି ଏବଂ ସମାଜବାଦୀ ପାର୍ଟି ସାମିଲ ଅଛି । ଡିଏମକେ ନେତାଙ୍କ ବିୟାନ ସାମନାକୁ ଆସିବା ପରେ ବିଜେପି ସାଂସଦ ଗିରିରାଜ ସିଂ ଟ୍ୱିଟ୍ କରି ଏହା ଉପରେ ନୀତୀଶ ଓ ଲାଲୁଙ୍କ ବିଚାର ସ୍ପଷ୍ଟ କରିବାକୁ କହିଛନ୍ତି ।

wp:html /wp:html

ଖବର ଅନୁସାରେ ଦୟାନିଧି ମାରନ ହିନ୍ଦୀ ଉପରେ ଟିପ୍ପଣୀ ହିନ୍ଦୀ ଓ ଇଙ୍ଗଲିସ୍ କହି ପାରୁଥିବା ଲୋକଙ୍କ ତୁଳନାରେ କହିଛନ୍ତି । ଡିଏମକେ ନେତା କହିଛନ୍ତି ଯେ ଯେଉଁମାନେ ଇଂରାଜୀ ଶିଖନ୍ତି ସେମାନେ ଆଇଟିରେ ଭଲ ଚାକିରି ପାଆନ୍ତି । କିନ୍ତୁ ଯେଉଁମାନେ କେବଳ ହିନ୍ଦୀ କୁହନ୍ତି, ୟୁପି ଏବଂ ବିହାର ଲୋକ ରାସ୍ତା ଓ ଟଏଲେଟ୍ ସଫା କରନ୍ତି ।

Also Read: ହିନ୍ଦୀଭାଷୀ ରାଜ୍ୟକୁ ଆମେ ଗୋମୂତ୍ର ରାଜ୍ୟ କହୁ…ଡିଏମ୍‌କେ ସାଂସଦଙ୍କ ବିଦାୟୀ ଟିପ୍ପଣୀ, ବିଜେପିର ବିରୋଧ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.