ଆମେରିକାର THAAD, ରୁଷର ଏସ୍‌-୪୦୦ କ୍ଲବ୍‌ରେ ଭାରତ ସାମିଲ, ଡିଆରଡିଓର AD-୧ କଲା କମାଲ୍

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ: ଭାରତର ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏଡି-୧ ମିଶାଇଲ ଇଣ୍ଟରସେପ୍ଟରର ସଫଳ ପରୀକ୍ଷଣ କରି ଇତିହାସ ରଚିଛି । ଏହାସହ ଭାରତ ଦୁନିଆର ସେହି ଗ୍ରୁପରେ ସାମିଲ ହୋଇଛି, ଯାହା ପାଖରେ ନିଜର ବିଶ୍ୱସନୀୟ ବାଲିଷ୍ଟିକ୍ ମିଶାଇଲ୍ ଡିଫେନ୍ସ ସିଷ୍ଟମ ଅଛି । ଏଡି-୧ ମିଶାଇଲ୍ ଇଣ୍ଟରସେପ୍ଟର ଯୋଗୁଁ ଭାରତକୁ ସକ୍ଷମ ଇଣ୍ଟିଗ୍ରେଟେଡ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବାରେ ସୁବିଧା ହେବ । ଏଡି-୧ ମିଶାଇଲ ଇଣ୍ଟରସେପ୍ଟରର ଆମେରିକାର THAAD ଏବଂ ରୁଷର ଏସ୍-୪୦୦ ମିଶାଇଲ୍ ସିଷ୍ଟମ ସହ ତୁଳନା କରାଯାଉଛି । ଏହି ଦୁଇଟି ପ୍ରଣାଳୀକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟରେ ଗଣାଯାଏ ।

ଏଡି-୧ ମିଶାଇଲ ଡିଆରଡିଓର ବାଲିଷ୍ଟିକ୍ ମିଶାଇଲ ଡିଫେନ୍ସ ପର୍ଯ୍ୟାୟ-୨ର ଅଂଶ । ଡିଆରଡିଓ ପୂର୍ବରୁ ବାଲିଷ୍ଟିକ୍ ମିଶାଇଲ ଡିଫେନ୍ସ ପର୍ଯ୍ୟାୟ ଏକକୁ ବିକଶିତ କରିସାରିଛି । ଯାହା ୨୦୦୦ କିଲୋମିଟରରୁ କମ୍ ରେଞ୍ଜର ମିଶାଇଲଠାରୁ ସୁରକ୍ଷା ଦେବ । ପାକିସ୍ତାନର ଗୌରୀ ଏବଂ ସାହୀନ ମିଶାଇଲ ଏବଂ ଚୀନର ସଲିଡ୍ ଫ୍ୟୁଲ୍ ଡୋଙ୍ଗଫେଙ୍ଗ-୨୧ ମିଶାଇଲରୁ ସୁରକ୍ଷା ଦେବ । ପର୍ଯ୍ୟାୟ ୨ରେ ୫ ହଜାର କିଲୋମିଟର ରେଞ୍ଜର ବାଲିଷ୍ଟିକ୍ ମିଶାଇଲ୍ ବିରୋଧରେ ସୁରକ୍ଷା ପ୍ରଦାନ କରିବ ।

ପର୍ଯ୍ୟାୟ ୨ ପ୍ରଣାଳୀ ପାଇଁ ଦୀର୍ଘ ଦୂରର ରାଡାର ଏବଂ ମ୍ୟାକ୍ ୬-୭ ଉପରେ ଉଡାଣ ଭରୁଥିବା ନୂଆ ହାଇପରସୋନିକ୍ ଇଣ୍ଟରସେପ୍ଟର ମିଶାଇଲ ଦରକାର । ଯାହା ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ କାଉଣ୍ଟରମେଜର୍ସ ବିରୋଧରେ ପ୍ରଭାବୀ ରୂପେ କାମ କରିବାରେ ସକ୍ଷମ । ରୁଷ ପାଖରେ ଥିବା ଏସ୍-୪୦୦କୁ ଅତ୍ୟନ୍ତ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବୋଲି କୁହାଯାଏ । ଭାରତ ମଧ୍ୟ ରୁଷଠାରୁ ଏହି ପ୍ରତିରକ୍ଷା ପ୍ରଣାଳୀ କିଣିଛି । ଏସ୍-୪୦୦ର ଅପରେସନାଲ୍ ରେଞ୍ଜ ୪୦୦ କିଲୋମିଟର ଉଚ୍ଚ ଯାଏ ରହିଛି । ଯେଉଁଥିରେ ଅଲଗା ଅଲଗା ରେଞ୍ଜର ଅନେକ ମିଶାଇଲ୍ ରହିଛି ।

ଆମେରିକାର ଥାଡ୍ ମଧ୍ୟ ଦୁନିଆରେ ନିଜ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ପାଇଁ ପ୍ରସିଦ୍ଧ । ଏହା ଆମେରିକାର ଆଣ୍ଟି ବାଲିଷ୍ଟିକ୍ ମିଶାଇଲ୍ ଡିଫେନ୍ସ ସିଷ୍ଟମ ଅଟେ । ଯାହା ହିଟ୍-ଟୁ-କିଲ୍ ଦୃଷ୍ଟିକୋଣ ସହ ଛୋଟ, ମଧ୍ୟମର ଦୂରଗାମୀ ବାଲିଷ୍ଟିକ୍ ମିଲାଇଲକୁ ନିଜ ଟର୍ମିନାଲ ପର୍ଯ୍ୟାୟରେ ନଷ୍ଟ କରିବାରେ ସକ୍ଷମ । ଥାଡ୍ ଇଣ୍ଟରସେପ୍ଟର କୌଣସି ୱାରହେଡ୍ ନେଇ ନଥାଏ । ଏହା ପରିବର୍ତ୍ତେ ମିସାଇଲକୁ ନଷ୍ଟ କରିବା ପାଇଁ ଗତିଜ ଶକ୍ତି ଉପରେ ନିର୍ଭର କରିଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.