ଜେଲରୁ ଫେରାର ହୋଇଗଲେ ଚାରି ହଜାର କଏଦୀ, ଦେଶରେ ଲାଗୁ ହେଲା ଜରୁରୀ ପରିସ୍ଥିତି

Published By : Prameya-News7 Bureau | March 04, 2024 IST

ନୂଆଦିଲ୍ଲୀ: ହାଇତୀରେ ଅନେକ ଦିନରୁ ହିଂସା ପରିସ୍ଥିତି ଲାଗି ରହିଛି । ଅନେକ କୁଖ୍ୟାତ ଗ୍ୟାଙ୍ଗ ହିଂସାକାଣ୍ଡରେ ଲିପ୍ତ ରହିଛନ୍ତି। ଉପଦ୍ରବୀମାନେ ଦୋକାନ, ଆବାସିକ ଅଞ୍ଚଳ ଭଙ୍ଗାରୁଜା କରୁଛନ୍ତି। ଏମିତିକି ସରକାରୀ ଅଫିସ୍‌ ଉପ​ରେ ମଧ୍ୟ ଆକ୍ରମଣ କରିଛନ୍ତି। ହେଲେ ରବିବାର ହୋଇଥିବା ଘଟଣା ପରେ ଏବେ ସେଠାରେ ୭୨ ଘଣ୍ଟା ଯାଏଁ ଜରୁରୀ ପରିସ୍ଥିତି ଲାଗୁ ହୋଇଛି।

ପ୍ରକୃତରେ ରବିବାର ଏଠାରେ ହିଂସା ସମୟରେ ଜେଲ୍‌ରୁ ସବୁ ତାଲା ଭାଙ୍ଗିଦେଇଥିଲେ ହିଂସାକାରୀ ଫଳରେ ଏଥିରେ ଜେଲ୍‌ରୁ ପ୍ରାୟ ୪ ହଜାର କଏଦୀ ଫେରାର ହୋଇଯାଇଛନ୍ତି। ଏହି କଏଦୀଙ୍କ ମଧ୍ୟରେ ହତ୍ୟାକାରୀ, ଅପହରଣକାରୀ ଏବଂ ଅପରାଧୀ ସାମିଲ ଅଛନ୍ତି। ତେବେ ବର୍ତ୍ତମାନ ସରକାର ଫେରାର ଲୋକଙ୍କୁ ଧରିବା ପାଇଁ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଗାଜାରେ ଆମେରିକାର ଆହାର ବର୍ଷା; ଯୁଦ୍ଧ ବିପନ୍ନଙ୍କୁ ୩୮ ହଜାର ‘ରେଡି-ଟୁ-ଇଟ୍‌ ମିଲ୍‌’ ଏୟାର-ଡ୍ରପ୍

ସେପଟେ ଘଟଣାକୁ ନେଇ ହାଇତୀର ବର୍ତ୍ତମାନ ସମୟରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ପ୍ୟାଟ୍ରିକ ବାୟୋଭର୍ଟ କହିଛନ୍ତି ଯେ, ଅପରାଧୀଙ୍କୁ ଧରିବା ପାଇଁ କର୍ଫ୍ୟୁ ଲଗାଯାଇଛି। ସେହିଭଳି ଅନ୍ୟ ଦେଶଙ୍କ ସହାୟତାରେ ୟୁଏନରୁ ମଧ୍ୟ ସମର୍ଥନ ହାସଲ କରିବା ପାଇଁ ଏରିୟଲ ହେନରୀ ବିଦେଶ ଯାତ୍ରାରେ ଅଛନ୍ତି। ସେ ଆହୁରି କହିଛନ୍ତି ପୋଲିସ କର୍ମୀ ଉପଦ୍ରବୀଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ପ୍ରୟାସରେ ଅନେକ କର୍ମଚାରୀ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ହିଂସା ପରେ ଜେଲ୍‌ରେ କଏଦୀଙ୍କ ମୃତ୍ୟୁ ମଧ୍ୟ ହୋଇଛି।

ସୂଚନାଥାଉକି, ପୂର୍ବତନ ପୋଲିସ ଅଧିକାରୀ ଜିମୀ ଚେରିଜିୟରଙ୍କ ଗ୍ୟାଙ୍ଗ୍‌, ହେନରୀଙ୍କୁ ଶାସନରୁ ହଟାଇବାକୁ ଚାହୁଛନ୍ତି। ଏହି ଗ୍ୟାଙ୍ଗ ସରକାରୀ ସଂସ୍ଥାନ ଉପରେ ମଧ୍ୟ ଆକ୍ରମଣ କରୁଛି ଏବଂ କୌଣସିମତେ ଲୋକଙ୍କ ମନରେ ସରକାରଙ୍କ ପ୍ରତି ଅବିଶ୍ବାସ ଉତ୍ପନ୍ନ କରିବା ପାଇଁ ପ୍ରୟାସ କରୁଛନ୍ତି। ଆଉ ଏହି ଘଟଣା ମଧ୍ୟ ଘଟାଇଛନ୍ତି। ଜିମୀ ଜେରୀଜିୟର ପ୍ରଥମେ ସରକାରଙ୍କୁ ବିରୋଧ କରୁଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଗ୍ୟାଙ୍ଗ ହିଂସାକୁ ଓହ୍ଲାଇଇଲେ।

ଆହୁରି ପଢ଼ନ୍ତୁ: ଲୋହିତ ସାଗରରେ ବ୍ରିଟିଶ ଜାହାଜକୁ ବୁଡାଇବା ଜାରି ରଖିବ ହୁତି, ବ୍ରିଟେନ୍‌କୁ କହିଲା ଦୁଷ୍ଟ ରାଜ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.