ଘରର ଏହି ଦିଗରେ ରଖନ୍ତୁ ମାଟି ମାଠିଆ, ଚମକିଯିବ ଭାଗ୍ୟ !

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ ୨୧।୦୬: ପ୍ରତ୍ୟକ ବସ୍ତୁକୁ ସଠିକ୍ ସ୍ଥାନରେ ରଖିବା ଉଚିତ୍ । ନଚେତ୍ ବାସ୍ତୁ ଦୋଷ ଲାଗିଥାଏ । ଆଉ ଘରେ ରହୁଥିବା ଲୋକଙ୍କ ଉପରେ ପଡିଥାଏ ଏହାର ପ୍ରଭାବ । ବର୍ତ୍ତମାନ ଗ୍ରୀଷ୍ମରୁତୁ । ଗରମରେ ଆଉଟପାଉଟ ହେଉଛନ୍ତି ଲୋକେ । ଗରମରୁ ହେଉଥିବା ଶୋଷ ମେଣ୍ଟାଇବାକୁ ଅନେକ ମାଟି  ପାତ୍ର ଅର୍ଥାତ୍ ମାଠିଆରେ ପାଣି ରଖନ୍ତି । ତେବେ ଘରେ ଥିବା ମାଟି ମାଠିଆକୁ କେଉଁଠି ରଖିବା ଉଚିତ୍ । ଆସନ୍ତୁ ଜାଣିବା…

ବାସ୍ତୁ ଅନୁଯାୟୀ ପାଣିରେ ଭର୍ତ୍ତି ମାଠିଆକୁ ଘରର ଉତ୍ତର ଦିଗରେ ରଖିବା ଉଚିତ୍। ବିଶ୍ୱାସ କରାଯାଏ ଯେ ଏପରି କରିବା ଦ୍ୱାରା ଘରେ କେବେବି ଟଙ୍କାର ଅଭାବ ହୋଇନଥାଏ । ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଯେତେବେଳେ ବି ଏକ ନୂଆ ମାଠିଆ ଘରକୁ ଆଣିବେ, ଏହାର ପାଣିକୁ ପ୍ରଥମେ କୌଣସି କୁଆଁରୀ ଝିଅକୁ ପିଇବାକୁ ଦେବା ଉଚିତ୍ । ଏପରି କରିବା ଦ୍ବାରା ଘରକୁ ସମୃଦ୍ଧତା ଆସିଥାଏ । 

ବାସ୍ତୁ ଅନୁଯାୟୀ, ମାଠଆକୁ କେବେବି ଖାଲି ରଖିବା ଉଚିତ୍ ନୁହେଁ । ଏହାକୁ ସର୍ବଦା ପାଣିରେ ଭର୍ତ୍ତି କରି ରଖନ୍ତୁ । କାରଣ ପାଣି ଭର୍ତ୍ତି ମାଠିଆ ଘର ଲୋକଙ୍କ ରାଶିରେ ବୁଧ ଏବଂ ଚନ୍ଦ୍ର ଗ୍ରହକୁ ମଜବୁତ କରିଥାଏ ଏବଂ ଏହା ଆର୍ଥିକ ଲାଭ ଆଣିଥାଏ । ବାସ୍ତୁ ଅନୁଯାୟୀ ଚାକିରିରେ ଅଗ୍ରଗତି ଏବଂ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଁ ପ୍ରତିଦିନ ପାଣି ଭର୍ତ୍ତି ମାଠିଆ ନିକଟରେ ଏକ ଦୀପ ଓ କର୍ପୁର ଜଳାଇବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.