ନୀଳଗିରିରେ ପଶିଲେ ୪୬ ଟିକିଆ ଝାଡ଼ଖଣ୍ଡୀ ହାତୀ ପଲ

Published By : Prameya-News7 Bureau | May 31, 2024 IST

ନୀଳଗିରି ୩୧।୫: ବାଲେଶ୍ଵର ଜିଲ୍ଲା ନୀଳଗିରିକୁ ପଶିଲେ ଝାଡ଼ଖଣ୍ଡୀ ହାତୀ ପଲ । ମୟୁରଭଞ୍ଜ ଜିଲ୍ଲା ନଡ଼ପୁର ଜଙ୍ଗଲ ସୋନନଦୀ ପାର ହୋଇ ନୀଳଗିରି ଅଞ୍ଚଳକୁ ପ୍ରବେଶ କରିଛନ୍ତି । ହାତୀ ପଲରେ ୪୬ଟି ହାତୀ ଅଛନ୍ତି । ହାତୀଗୁଡିକ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି । ଏବେ ଧାନ ଚାଷ ନଥିବାରୁ ଗାଁକୁ ପଶି ବ୍ୟାପକ ଉପଦ୍ରବ କରିବେ ବୋଲି ଜଣାପଡିଛି । ସୋଲାର ଫେନ୍ସି ତାର ଛିଣ୍ଡି ତଳେ ପଡିଥିବା ବେଳେ ଟ୍ରେଞ୍ଜ ମଧ୍ୟ ବହୁ ସ୍ଥାନରେ ପୋତିଗଲାଣି । ହାତୀ ଗାଁକୁ ପଶିବା ଭୟ ଥିବାରୁ ଘରଦ୍ୱାର ଭାଙ୍ଗିବା ସହ ଧନଜୀବନ ହାନି ଆଶଙ୍କା କରି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ନୀଳଗିରି ବନ ବିଭାଗ ଗାଁରେ ସଚେତନ ବାର୍ତ୍ତା ପ୍ରଚାର ପ୍ରସାର କରୁଥିବା ବେଳେ ଘରେ ହାଣ୍ଡିଆ, ମଦ ରଖିବାକୁ ବାରଣ କରିଛି ।

You Can Read :

ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ବାର୍ ଡ୍ୟାନ୍ସରଙ୍କ ମୃତଦେହ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.