ଏଲନ୍ ମସ୍କଙ୍କ ଡବଲ୍‌ ସେଞ୍ଚୁରୀ, ୨୦୦ ବିଲିୟନ ଡଲାର ଟପିଲା ଟେସଲା ସିଇଓଙ୍କ ସମ୍ପତ୍ତି

Published By : Prameya-News7 Bureau | June 06, 2023 IST

ନୂଆଦିଲ୍ଲୀ ୦୬।୦୬:  ଆଉ ଏକ ଲମ୍ବା ଡିଆଁ ମାରିଲେ ଟେସଲା ସିଇଓ ଏଲନ୍ ମସ୍କ । ପୁଣି ବଢିଲା ମସ୍କଙ୍କ ସମ୍ପତ୍ତି । ୨୦୦ ଡଲାର ଟପିଲା ବିଶ୍ବର ନଂ୧ ଧନୀଙ୍କ ନେଟଓ୍ବର୍ଥ । ସେ ନିକଟ ଅତୀତରେ ଫ୍ରାନ୍ସ ଅରବପତି ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇ ପିନ୍ଧିଥିଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମୁକୁଟ । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମସ୍କର ସମ୍ପତ୍ତି ଗତ ୨୪ ଘଣ୍ଟାରେ ୨.୬୦ ବିଲିୟନ ଡ଼ଲାରର ବୃଦ୍ଧି ପାଇଛି । ଏହି ବୃଦ୍ଧି ସହିତ ତାଙ୍କର ମୋଟ ମୂଲ୍ୟ ୨୦୨ ବିଲିୟନ ଡ଼ଲାରରେ ପହଞ୍ଚିଛି ।

{"id":799066,"width":841,"height":665,"sizeSlug":"full","linkDestination":"none"}

ମସ୍କଙ୍କ ଇଲେକ୍ଟ୍ରିକ୍ କାର ଟେସଲାର ସେୟାର କ୍ରମାଗତ ବୃଦ୍ଧି ପାଇବାରୁ ତାଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି । ଟେସଲା ଇଙ୍କ୍ ଷ୍ଟକ୍ ସୋମବାର ଦିନ ସେୟାର ପିଛା ୩.୦୬ ପ୍ରତିଶତରୁ ବଢି ୨୨୦.୫୨  ଡଲାରରେ ବନ୍ଦ ହୋଇଥିଲା ।  ଗତ ଏକ ମାସ ମଧ୍ୟରେ ଟେସଲା ଷ୍ଟକ ମୂଲ୍ୟରେ ୨୮.୩୭ ପ୍ରତିଶତ ବୃଦ୍ଧି ଘଟିଛି । ଏଥି ସହିତ ଗତ ପାଞ୍ଚ ଦିନରେ ଏହାର ମୂଲ୍ୟ ୧୦.୨୬ ପ୍ରତିଶତ ବୃଦ୍ଧି ପାଇଛି ।

{"id":799065,"width":839,"height":663,"sizeSlug":"full","linkDestination":"none"}

ଟପ୍-୧୦ ଅରବପତିଙ୍କ ତାଲିକାକୁ ଦେଖାଗଲେ, ବର୍ନାର୍ଡ ଆର୍ନାଲ୍ଟ ଏଲୋନ୍ ମସ୍କଙ୍କ ପରେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି । ସେ କିଛି ସମୟ ହେବ ବଡ଼ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଖବର ଲେଖା ହେବା ଯାଏଁ ତାଙ୍କ ନିଟ୍ ମୂଲ୍ୟରେ ୨.୯୦ ବିଲିୟନ ଡ଼ଲାରର ହ୍ରାସ ଦେଖିବାକୁ ମିଳିଛି । ଏହି କ୍ଷତି ଅନୁଯାୟୀ ୧୮୮ ବିଲିୟନ ଡ଼ଲାରକୁ ଖସି ଆସିଛନ୍ତି ଆର୍ନାଲ୍ଟ ।

{"id":799068,"width":839,"height":663,"sizeSlug":"full","linkDestination":"none"}

ତାଙ୍କ ପଛକୁ ଅର୍ଥାତ୍ ତୃତୀୟରେ ଅଛନ୍ତି ଜେଫ୍ ବେଜୋସ୍ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୪୯ ବିଲିୟନ ଡ଼ଲାର୍ । ସେହିପରି ବିଲ୍ ଗେଟ୍ସ ୧୨୯ ବିଲିୟନ ଡ଼ଲାର୍ ସହିତ ଚତୁର୍ଥ ସ୍ଥାନରେ, ଲ୍ୟାରି ଏଲିସନ୍ ୧୨୦ ଡଲାର ସହ ପଞ୍ଚମ ଏବଂ ଷ୍ଟିଭ୍ ବଲମର୍ ୧୧୬ ଡଲାର ସହ ଷଷ୍ଠ ଧନୀ ବ୍ୟକ୍ତି ଅଟନ୍ତି ।  ଏଥିସହିତ ୱାରେନ୍ ବଫେଟ୍ କ୍ଷତି ସହିଛନ୍ତି ଏବଂ ସେ ୧୧୫ ବିଲିୟନ ଡ଼ଲାର୍ ମୋଟ ସମ୍ପତ୍ତି ସହ ସପ୍ତମ ସ୍ଥାନରେ ଅଛନ୍ତି ।  ସେହିପରି ୧୧୪ ବିଲିୟନ ଡ଼ଲାର୍ ସହିତ ଲ୍ୟାରି ପେଜ୍ ଅଷ୍ଟମ, ୧୦୮ ବିଲିୟନ ଡ଼ଲାର୍ ସହିତ ନବମ ଏବଂ ମାର୍କ ଜୁକରବର୍ଗ ୯୮.୯ ବିଲିୟନ ଡ଼ଲାର୍ ସହିତ ଦଶମ ସ୍ଥାନରେ ଅଛନ୍ତି।

{"id":799069,"width":840,"height":664,"sizeSlug":"full","linkDestination":"none"}

ବିଶ୍ବ ଧନୀ ଅରବପତି ତାଲିକାର ୧୩ତମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ତାଙ୍କ ସମ୍ପତ୍ତି ୮୫ ବିଲିୟନ ଡ଼ଲାରରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଚଳିତ ବର୍ଷ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୧୩୬ ମିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହାସହିତ ଆଦାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ୧୯ତମ ସ୍ଥାନରେ ଅଛନ୍ତି । ତାଙ୍କ ମୋଟ ସମ୍ପତ୍ତି ୬୧.୭ ବିଲିୟନ ଡ଼ଲାର ଅଟେ ।

You Can Read:

wp:embed {"url":"https://www.prameyanews7.com/elon-musk-again-became-the-worlds-richest-person-bernard-arnault-slipped-to-number-two-billionaires-list-update/","type":"wp-embed","providerNameSlug":"prameya-news-7"}
https://www.prameyanews7.com/elon-musk-again-became-the-worlds-richest-person-bernard-arnault-slipped-to-number-two-billionaires-list-update/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.