ଏଲନ୍ ମସ୍କ ନ୍ୟୁରାଲିଙ୍କ ଚମତ୍କାରିତା, ପ୍ରଥମ ଥର ପାଇଁ ମାନବ ମସ୍ତିଷ୍କରେ ସ୍ଥାପିତ ହେଲା ଚିପ୍

Published By : Prameya-News7 Bureau | January 30, 2024 IST

ନୂଆଦିଲ୍ଲୀ ୩୦/୦୧: ଏଲନ୍ ମସ୍କ ନ୍ୟୁରାଲିଙ୍କ୍ ବଡ଼ ସଫଳତା । ମାନବ ମସ୍ତିଷ୍କରେ ଲାଗିଲା ଚିପ୍ । ଆଉ ଏହି ଯୋଜନା ସଫଳ ହୋଇଛି ବୋଲି ସୂଚନା ଦେଇଛନ୍ତି ନିଜେ ଏଲନ୍ ମସ୍କ । ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ମସ୍ତିଷ୍କରେ ଚିପ୍ ଲଗାଯାଇଛି ସେହି ବ୍ୟକ୍ତିଙ୍କ ଅବସ୍ଥା ସୁଧୁରୁଛି । ଏହି ଉତ୍ପାଦର ନାମ ହେଉଛି ଟେଲିପାଥୀ ।

ଯେଉଁମାନଙ୍କ ହାତ ଏବଂ ଗୋଡ କାମ କରୁନାହିଁ ସେମାନଙ୍କ ପାଇଁ ଏହା ଏକ ସହାୟକ ହୋଇପାରେ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମସ୍କ ଏହି ସୂଚନା ଦେଇଛନ୍ତି। ମାନବ ମସ୍ତିଷ୍କରେ ଏକ ଚିପ୍ ଲଗାଇବା ପାଇଁ ଗତ ବର୍ଷ ମେ' ମାସରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଦ୍ୱାରା ନ୍ୟୁରାଲିଙ୍କକୁ ଅନୁମୋଦନ ଦିଆଯାଇଥିଲା । ଏଲନ୍ ମସ୍କ କହିଛନ୍ତି ଯେ ପ୍ରାରମ୍ଭିକ ଫଳାଫଳଗୁଡିକ ବହୁତ ଉତ୍ସାହଜନକ ଅଟେ ।

ନ୍ୟୁରାଲିଙ୍କ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଇଣ୍ଡିପେଣ୍ଟେଣ୍ଟ ଇନଷ୍ଟିଟ୍ୟୁସନାଲ ରିଭ୍ୟୁ ବୋର୍ଡରୁ ଅନୁମୋଦନ ଗ୍ରହଣ କରାଯାଇଛି। ମେଡିକାଲ୍ ଡିଭାଇସ୍ ପ୍ରାଇମ (Precise Robotically Implanted Brain Computer Interface) ର ପରୀକ୍ଷା ସଫଳ ହୋଇଛି, ଯେଉଁଥିରେ ଏକ ଓୟାରଲେସ୍ ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫ୍ରେସର ପରୀକ୍ଷଣ କରାଯାଇଛି । ଏହାର ଉଦ୍ଦେଶ୍ୟ ଥିଲା ମାନବ ମସ୍ତିଷ୍କରେ ଚିପ ଲଗାଇ ଏହାର ସୁରକ୍ଷା ଓ ନିରାପତ୍ତାକୁ ଆକଳନ କରିବା ।

ନ୍ୟୁରାଲିଙ୍କ ହେଉଛି ଏକ ଷ୍ଟାର୍ଟଅପ୍, ଯାହାକି ୨୦୧୬ ରେ ପ୍ରସିଦ୍ଧ ବିଲିୟନେୟାର ଏଲନ୍ ମସ୍କ କିଛି ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ସହିତ ମିଶି ଏହା ଆରମ୍ଭ କରିଥିଲେ। ବ୍ରେନ୍ ଚିପ୍ ଇଣ୍ଟରଫେସ୍ ତିଆରି କରିବା କ୍ଷେତ୍ରରେ ନ୍ୟୁରାଲିଙ୍କ କାମ କରେ ଯାହାକି ମାନବ ମସ୍ତିଷ୍କରେ ପ୍ରତିରୋପିତ ହୋଇପାରେ। ଏହି ଚିପ୍ ସାହାଯ୍ୟରେ, ଅକ୍ଷମ ବ୍ୟକ୍ତି ଯେଉଁମାନେ ଚାଲିବାରେ, କଥାବାର୍ତ୍ତା କରିବାରେ କିମ୍ବା ଦେଖିବାରେ ସମସ୍ୟା ଭୋଗୁଛନ୍ତି, ସେମାନେ କିଛି ପରିମାଣରେ ପୁଣିଥରେ ଏକ ଉନ୍ନତ ଜୀବନଯାପନ କରିବାରେ ସମର୍ଥ ହେବେ।

you can also read....

wp:embed {"url":"https://www.prameyanews7.com/pakistan-former-pm-imran-khan-gets-10-years-jail/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistan-former-pm-imran-khan-gets-10-years-jail/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.