ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ବିଶ୍ଵକପ୍ ୨୦୨୩କୁ ଆଉ କେଇଟା ଦିନ ବାକି ରହିଛି। ଏହାକୁ ନେଇ ଇଂଲଣ୍ଡ ନିଜର କୋର ଟିମ୍(ଅସ୍ଥାୟୀ) ଘୋଷଣା କରିଛି। ଘୋଷିତ ୧୫ ଜଣିଆ ଦଳରେ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଷ୍ଟୋକ୍ସ ଦିନିକିଆ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଥିଲେ। କିନ୍ତୁ ସେ ସନ୍ନ୍ୟାସ ଘୋଷଣା ପ୍ରତ୍ୟାହାର କରି ନେଇଛନ୍ତି। ଉଲ୍ଲେଖନୀୟ ଦିନିକିଆ ବିଶ୍ଵକପ୍ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ଏବଂ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଖେଳାଯିବ। ଉଦଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଏବଂ ଗତ ବିଶ୍ଵକପ୍ର ଉପ ବିଜେତା ନ୍ୟୁଜିଲାଣ୍ଡ। ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।
wp:heading {"level":4}Also read- ଦୁର୍ଘଟଣା ପରେ ପ୍ରଥମ ଥର ବ୍ୟାଟ୍ ଧରିଲେ ଋଷଭ ପନ୍ତ, ଖେଳିଲେ ବଡ଼ ସଟ୍
/wp:headingଘୋଷିତ ଦଳରେ ଇଂଲଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବା ଦ୍ରୁତ ବୋଲର ଗସ୍ ଏଟକିଙ୍ଗସନଙ୍କୁ ସ୍ଥାନ ମିଳିଛି। ଏଟକିଙ୍ଗସନ ଗତ ସପ୍ତାହରେ ଓରିଜିନାଲ୍ସ ବିପକ୍ଷରେ ଓଭାଲ ଇନଓ୍ଵିସିବଲ୍ସ ପକ୍ଷରୁ ଖେଳି ଘଣ୍ଟା ପ୍ରତି ୯୫ ମାଇଲ୍ ବେଗରେ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ବେନ ଷ୍ଟୋକ୍ସ ନିଜର ଟେଷ୍ଟ କ୍ୟାରିୟରକୁ ଦୃଷ୍ଟିରେ ରଖି ୨୦୨୨ ଜୁଲାଇରେ ଦିନିକିଆ କ୍ରିକେଟ୍ରୁ ସନ୍ନ୍ୟାସ ନେଇଥିଲେ। ମାତ୍ର ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏବଂ ଦିନିକିଆ ଦଳର ଅଧିନାୟକ ଜୋସ୍ ବଟଲର ଷ୍ଟୋକ୍ସଙ୍କୁ ସନ୍ନ୍ୟାସ ପ୍ରତ୍ୟାହାର କରିବା ପାଇଁ ମନାଇବାରେ ସଫଳ ହୋଇଛନ୍ତି। ଏବେ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ପୁଣି ଥରେ ଦିନିକିଆ କ୍ରିକେଟ୍ ଖେଳିବେ। ଷ୍ଟୋକ୍ସ ଏ ପର୍ଯ୍ୟନ୍ତ ଇଂଲଣ୍ଡ ପକ୍ଷରୁ ୧୦୫ ଦିନିକିଆରେ ୨୯୨୪ ରନ କରିବା ସହ ବୋଲିଂରେ ୧୯୭ ଓ୍ଵିକେଟ୍ ନେଇଛନ୍ତି।
wp:embed {"url":"https://twitter.com/ICC/status/1691749660354847002?s=20","type":"rich","providerNameSlug":"twitter","responsive":true} /wp:embedବିଶ୍ଵକପ୍ ପାଇଁ ଇଂଲଣ୍ଡର କୋର ଟିମ୍
ଜୋସ ବଟଲର(ଅଧିନାୟକ), ମୋଇନ ଅଲ୍ଲୀ, ଜୋନି ବେୟାରଷ୍ଟୋ, ଗସ୍ ଏଟକିଙ୍ଗସନ, ସାମ କୁରନ, ଲିୟାମ ଲିଭିଙ୍ଗଷ୍ଟୋନ, ଡେଭିଡ୍ ମଲାନ, ଆଦିଲ ରସିଦ, ଜୋ ରୁଟ୍, ଜାସନ ରୟ, ବେନ ଷ୍ଟୋକ୍ସ, ରିସ ଟପଲ୍ଲି, ଡେଭିଡ୍ ଓ୍ଵିଲି, ମାର୍କ ଉଡ୍ ଓ କ୍ରିସ୍ ଓ୍ଵକ୍ସ।
ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଦିନିକିଆ ଓ ଟି-୨୦ ଟିମ୍
ଦିନିକିଆ ଦଳ
ଜୋସ୍ ବଟଲର(ଅଧିନାୟକ), ମୋଇନ ଅଲ୍ଲୀ, ଏଟ କିଙ୍ଗସନ, ଜୋନି ବେୟାରଷ୍ଟୋ, ସାମ କୁରନ, ଲିୟାମ ଲିଭିଙ୍ଗଷ୍ଟୋନ, ଡେଭିଡ୍ ମଲାନ, ଆଦିଲ ରସିଦ, ଜୋ ରୁଟ୍, ଜାସନ ରୟ, ବେନ ଷ୍ଟୋକ୍ସ, ରିସ୍ ଟପ୍ଲେ, ଡେଭିଡ୍ ଓ୍ଵିଲି, ମାର୍କ ଉଡ, କ୍ରିସ୍ ଓ୍ଵକ୍ସ।
ଇଂଲଣ୍ଡର ଟି-୨୦ ଦଳ
ଜୋସ ବଟଲର(ଅଧିନାୟକ), ରେହାନ ଅହମ୍ମଦ, ମୋଇନ ଅଲ୍ଲୀ, ଗସ ଏଟିଙ୍ଗସନ, ଜୋନି ବେୟାରଷ୍ଟୋ, ହେରି ବ୍ରୁକ, ସାମ କରନ, ବେନ ଡକେଟ୍, ଓ୍ଵିଲ ଜ୍ୟାକ୍ସ, ଲିୟାମ ଲିଭିଙ୍ଗଷ୍ଟୋନ, ଡେଭିଡ୍ ମଲାନ, ଆଦିଲ ରସିଦ, ଜୋସ ଟଙ୍ଗ, ଜନ ଟର୍ଣ୍ଣର, ଲ୍ୟୁକ ଉଡ।