NCP ଚିହ୍ନରେ ନିର୍ବାଚନ ଲଢିବୁ, ଶରଦ ପାୱାରଙ୍କୁ ପୁତୁରା ଅଜିତଙ୍କ ଆହ୍ୱାନ; କହିଲେ-ବିକାଶ ପାଇଁ ସାମିଲ ହୋଇଛୁ

Published By : Prameya-News7 Bureau | July 02, 2023 IST

ମୁମ୍ୱାଇ: ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ୍ ପାୱାର ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବେ ଏବଂ ଏଥିରେ ଅନ୍ୟ କିଛି ମନ୍ତ୍ରୀ ସାମିଲ ହେବେ । ଏହାସହ ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ ଏନସିପି ଚିହ୍ନରେ ହିଁ ନିର୍ବାଚନ ଲଢିବେ । ସେ କହିଛନ୍ତି ଯେ ପାର୍ଟିର ନାଁ ମଧ୍ୟ ଆମ ସହ ହିଁ ରହିବ । ଅଜିତ୍ ପାୱାରଙ୍କ ଏହି ବୟାନ ସହ ଦାଦା ଶରଦ ପାୱାରଙ୍କୁ ସିଧା ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ଛଗନ ଭୁଜବଲ କହିଛନ୍ତି ଯେ ପାର୍ଟିରେ କୌଣସି ବିଦ୍ରୋହ ନାହିଁ । ଆମେ ଏନସିପି ଭାବେ ହିଁ ସିନ୍ଦେ ସରକାରକୁ ସମର୍ଥନ ଦେଇଛୁ । ଅଜିତ୍ ପାୱାର ଏହି ଅବସରରେ ସ୍ପଷ୍ଟ କରିଛନ୍ତି ଯେ ପାର୍ଟିର ସମସ୍ତ ବିଧାୟକ ଏବଂ ସବୁ ନେତା ତାଙ୍କ ସହ ଅଛନ୍ତି । ଅଜିତ୍ ପାୱାର ଏହା ମଧ୍ୟ କହିଛନ୍ତି ଯେ ସେ ଶରଦ ପାୱାରଙ୍କ ସହ ଫୋନରେ କଥା ହୋଇଛନ୍ତି । ଶରଦ ପାୱାରଙ୍କ ଆଶୀର୍ବାଦ ଅଛି କି ପ୍ରଶ୍ନର ଉତ୍ତର ସେ କହିଥିଲେ ଯେ ସବୁର ଅର୍ଥ ସମସ୍ତେ ।

wp:html /wp:html

ଅଜିତ୍ ପାୱାର କହିଛନ୍ତି ଯେ ପିଏମ ମୋଦୀ ଦେଶର ବିକାଶ ପାଇଁ କାମ କରୁଛନ୍ତି । ଏଥିପାଇଁ ମୁଁ ମଧ୍ୟ ଏଥିରେ ସାମିଲ ହେବା ପାଇଁ ଅନୁଭବ କଲି ।  ସେ କହିଛନ୍ତି ଯେ ବିରୋଧୀଙ୍କ କଥା କହିବାକୁ ଗଲେ କେଉଁଠି ଲେପ୍ଟ ବନାମ ମମତା ତ ଦିଲ୍ଲୀରେ କଂଗ୍ରେସ ବନାମ ଆପ୍ । ପିଏମ ମୋଦୀଙ୍କ ସାମନାରେ ବିରୋଧୀ ଭାଗ ଭାଗ ହୋଇ ରହିଛି । ଏଥିପାଇଁ ମୁଁ ସରକାର ସହ ଯିବାକୁ ସ୍ଥିର କଲି । ସିନ୍ଦେ ସରକାର ବିକାଶ ପାଇଁ ପ୍ରତିବଦ୍ଧ, ଏଥିପାଇଁ ଆମେ ବିକାଶ ସହ ଯିବାକୁ ନିଷ୍ପତ୍ତି ନେଲୁ । ଅନେକ ଲୋକେ ବିଭିନ୍ନ ପ୍ରକାର ଟିପ୍ପଣୀ କରିବେ, ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ନାହିଁ । ସେ କହିଛନ୍ତି ଯେ ଏନସିପିରେ ନୂଆ ଲୋକଙ୍କୁ ସୁଯୋଗ ମିଳିବ । ନାଗାଲାଣ୍ଡରେ ବି ବିଜେପି ସହ ଏନସିପି ରହିଛି, ସେଠାରେ ମଧ୍ୟ ବିକାଶକୁ ପ୍ରାଥମିକତା ଦିଆଯାଉଛି ।

ପଢନ୍ତୁ: ଗୋଟିଏ ଘଣ୍ଟାରେ ବିରୋଧୀ ନେତାରୁ ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ୍ ପାଓ୍ଵାର, ଜାଣନ୍ତୁ କେମିତି ବଦଳିଗଲା ସମୀକରଣ

ଏନସିପିର ବରିଷ୍ଠ ନେତା ଛଗନ ଭୁଜବଲ କହିଛନ୍ତି ଯେ ସେ ଅଜିତ୍ ପାୱାରଙ୍କ ମନ୍ତବ୍ୟ ସହ ଏକମତ ଅଛନ୍ତି ।  ସେ କହିଛନ୍ତି ଯେ ଆମେ ଏନସିପି ଛାଡିନୁ ବରଂ ଏନସିପି ସହ ରହିଛୁ । ଭୁଜବଲ କହିଛନ୍ତି ଯେ ଆମେ ପିଏମ ମୋଦୀଙ୍କ ସମାଲୋଚନା କରିଛୁ, କିନ୍ତୁ ଏହା ମଧ୍ୟ ସତ ଯେ ଦେଶ ତାଙ୍କ ହାତରେ ସୁରକ୍ଷିତ ଅଛି । ଓବିସି ସହ ଜଡିତ ଅନେକ ମାମଲା କେନ୍ଦ୍ର ସହଯୋଗରେ ସମାଧାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.