ଭିରୁଡା ଗ୍ରାମରେ ଅବକାରୀ ବିଭାଗର ଚଢାଉ : ଚୋରା ଦେଶୀ ମଦ ଜବତ ସହ ପୋଚ ନଷ୍ଟ

Published By : Prameya-News7 Bureau | September 08, 2024 IST

ଆଠଗଡ ୮।୯: କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡା ଗ୍ରାମରେ ଅବକାରୀ ଚଢାଉ । ଆଠଗଡ଼ ଓ ତିଗିରିଆ ତହସିଲଦାର, ବନ ବିଭାଗ ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଚଢାଉ ବେଳେ ୧୪୭୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ୮୨୯୫ ଲିଟର ପୋଚ ନଷ୍ଟ କରାଯାଇଛି । ଏହି ଚଢ଼ାଉରେ ସାମିଲ ଅଛନ୍ତି ୧୦ରୁ ଅଧିକ ଅବକାରୀ ଅଧିକାରୀ । 

ସୂଚନାଯୋଗ୍ୟ ଯେ, ଭିରୁଡା ଗାଁ ବେଆଇନ ଭାବେ ଚୋରା ଦେଶୀ ମଦର କୁଟୀର ଶିଳ୍ପ ପାଲଟିଛି । ଏହି ଅଞ୍ଚଳରୁ ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲା ବାହାରକୁ ଚୋରା ଚାଲାଣ କରାଯାଇଥାଏ ବୋଲି ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ପୂର୍ବରୁ ଆଠଗଡ ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ମଦ ମାଫିଆ ମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ଆଜିର ଏହି ଚଢ଼ାଉରେ କୌଣସି ମଦ ମାଫିଆକୁ ଧରିବାରେ ସଫଳ ହୋଇନି ଅବକାରୀ ବିଭାଗ ।

You Can Read:

ଗଡି଼ବ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ଭାୟା କେନ୍ଦୁଝର, ହେଲା ଟ୍ରାଏଲ ରନ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.