ବ୍ରହ୍ମପୁର ୧୫।୧୦ : ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳରେ ଅଘଟଣ । ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମାଡ । ସଂଘବଦ୍ଧ ଆକ୍ରମଣରେ ଜଣେ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ଆହତ ପରେ କର୍ମଚାରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳରେ ଚୋରାମଦ ବିକ୍ରି ଚାଲିଥିଲା । କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ରେଡ୍ କରିଥିଲା। ଚଢାଉ ଚାଲିଥିବା ସମୟରେ ଭିଡିଓ ସୁଟିଂ କରୁଥିବା ଜଣେ ଅବକାରୀ କର୍ମଚାରୀଙ୍କ ଉପରକୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି। ଯେଉଁଥିରେ ଉକ୍ତ କର୍ମଚାରୀ ଜଣଙ୍କ ଆହତ ହୋଇଛନ୍ତି। ଏନେଇ ୭ ଜଣ ଆକ୍ରମଣକାରୀଙ୍କ ନାଁରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି।