ଗାଁରେ ବାଘ ବେଶରେ ବୁଲୁଛି କୁକୁର,ଲୋକେ ଛାନିଆ, ପର୍ଦ୍ଦାଫାଶ କଲା ବନ ବିଭାଗ

Published By : Prameya-News7 Bureau | June 14, 2024 IST

ଆଠଗଡ ୧୪/୦୬: ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ଚକା ଭଉଁରୀ,ବାଳି ଓ ସାରକୋଳିରେ ହୁରି ପଡିଗଲା ବାଘ ବୁଲୁଛି । ବାଘକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଗଲା । ଖବର ପାଇ ବାଘ ଧରିବାକୁ ପହଞ୍ଚିଗଲା ବନ ବିଭାଗ । ହେଲେ ବୁଝୁ ବୁଝୁ କଣ ନା ସେଇଟା ଅସଲରେ ବାଘ ନୁହେଁ । ଗୋଟିଏ ଦେଶୀ କୁକୁର ଥିଲା । ଗାଁର କିଛି ଅସାମାଜିକ ଯୁବକ କୁକୁରକୁ ରଙ୍ଗ ମାରି ବାଘ ସଜାଇ ଦେଇଥିଲେ । ଆଉ ଯିଏ ଦେଖୁଥିଲା ସତରେ ବାଘ ଭାବୁଥିଲା । ସଂଧ୍ୟା ହେଲେ କୁକୁର ବେଶଧାରୀ ବାଘ ଯେଉଁ ଜାଗାକୁ ଯାଉଥିଲା ଲୋକେ ଭୟରେ ତାଟି କବାଟ ପକାଇ ଦେଉଥିଲେ । ତେବେ ବନ ବିଭାଗ ଘଟଣାର ଅନୁଧ୍ୟାନ ପରେ ଭିଡିଓ ଜାରି କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଆଉ ସ୍ଥାନୀୟ ଲୋକେ ଏବେ ଆଶ୍ବସ୍ତି ହୋଇଛନ୍ତି । ତେବେ କିଏ ଏପରି ଲୋକଙ୍କୁ ଡରାଉଥିଲା ତାହା ସ୍ପଷ୍ଟ ହୋଇନି । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.