ହାଇଦ୍ରାବାଦ IITରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ, ରାଗିଂ ଅଭିଯୋଗ ଆଣିଲେ ପରିବାର ଲୋକ

Published By : Prameya-News7 Bureau | August 09, 2023 IST

ସୁବର୍ଣ୍ଣପୁର ୯: ହାଇଦ୍ରାବାଦ ଆଇଆଇଟିରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକ ସେଠାକୁ ଯାଇ ମୃତଦେହ ଆଣିବା ବ୍ୟବସ୍ଥା କରୁଥିବା ଜଣାପଡିଛି । ତେବେ ଛାତ୍ରୀ ଜଣଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମମିତାଙ୍କ ପରିବାର ଲୋକେ ରାଗିଂ କରି ମାରିଦେଇଥିବା ଅଭିଯୋଗ କରିଛନ୍ତି ।

wp:embed {"url":"https://www.prameyanews7.com/hyderabad-iit-student-dies-body-found-in-locked-room/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hyderabad-iit-student-dies-body-found-in-locked-room/
/wp:embed

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଡୁମୁରି ଗାଁର ଦୁଖିଶ୍ୟାମ ନାଏକଙ୍କ ଝିଅ ମମିତା ନାଏକଙ୍କ ମୃତଦେହ ତାଙ୍କ ହଷ୍ଟେଲର ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏନେଇ ଆଇଆଇଟି କର୍ତ୍ତୃପକ୍ଷ ଛାତ୍ରୀଙ୍କ ଘର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକ ସେଠାକୁ ଯାଇ ଆଣିବାର ବ୍ୟବସ୍ଥା କରୁଥିବା ଜଣାପଡିଛି । ତେବେ ଛାତ୍ରୀ ଜଣକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମମିତାଙ୍କ ପରିବାର ଲୋକେ ରାଗିଂ କରି ମାରିଦେଇଥିବା ଅଭିଯୋଗ କରିଛନ୍ତି । ସାଙ୍ଗାରେଡ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

ତେବେ ଗତ ଜୁଲାଇ ୨୬ ତାରିଖ ଦିନ ମମିତା ଏମ୍.ଟେକ୍ ପ୍ରଥମ ବର୍ଷରେ ନାମ ଲେଖାଇ ହଷ୍ଟେଲକୁ ଯାଇଥିଲେ । ମାତ୍ର ୧୦ ଦିନରେ ଛାତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ । ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ମମିତାଙ୍କ ମୃତଦେହ ଗାଁରେ ପହଞ୍ଚିବ ବୋଲି ଜଣାପଡ଼ିଛି ।

You Can Read :

wp:embed {"url":"https://www.prameyanews7.com/gopal-das-produceed-in-court/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gopal-das-produceed-in-court/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.