ନୂଆଦିଲ୍ଲୀ: ମୁମ୍ୱାଇର ଗେଟ୍ୱେ ଅଫ୍ ଇଣ୍ଡିଆ ନିକଟ ସମୁଦ୍ରରେ ଏକ ବୋଟ୍ ଓଲଟି ପଡ଼ିଛି । ନିଲକମଲ ନାମକ ଏକ ପ୍ରାଇଭେଟ୍ ବୋଟ୍ ଗେଟ୍ୱେ ଅଫ୍ ଇଣ୍ଡିଆରୁ ଏଲିଫେଣ୍ଟା ଆଇଲ୍ୟାଣ୍ଡ ଯାତ୍ରା କରୁଥିଲା । ଏହି ଦୁର୍ଘଟଣା ବେଳେ ଡଙ୍ଗାରେ ୮୫ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଡଙ୍ଗାଟି ଉରଣ ଏବଂ କରଞ୍ଜା ନିକଟରେ ବୁଡ଼ିଛି । ପ୍ରଶାସନ ଦ୍ୱାରା ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସାମୁଦ୍ରିକ ପୋଲିସ ଏବଂ ଆମ୍ୱୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି । ତଟରକ୍ଷୀ ବାହିନୀରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମସ୍ତ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ୫ ନିଖୋଜ ଅଛନ୍ତି ।
ଘଟଣାସ୍ଥଳରୁ ସାମନାକୁ ଆସିଥିବା ଭିଡିଓରେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବା ନଜର ଆସୁଛନ୍ତି । ଯାତ୍ରୀମାନଙ୍କୁ ଅନ୍ୟ ଏକ ଡଙ୍ଗାରେ ସୁରକ୍ଷିତ ସ୍ଥାନରେ ନିଆଯାଇଛି । ଉଦ୍ଧାରକାର୍ଯ୍ୟରେ ନୌସେନା, ଜବାହାରଲାଲ ନେହରୁ ପୋର୍ଟ ଅଥରିଟି, କୋଷ୍ଟଗାର୍ଡ, ୟଲୋ ଗେଟ୍ ପୋଲିସ ଷ୍ଟେସନ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ନିଜକୁ ସାମିଲ କରିଛନ୍ତି । ନୌସେନାର ୧୧ ବୋଟ୍, ସାମୁଦ୍ରିକ ପୋଲିସର ୩ ଏବଂ କୋଷ୍ଟଗାର୍ଡର ଗୋଟିଏ ଡଙ୍ଗାକୁ ଉଦ୍ଧରକାର୍ଯ୍ୟରେ ନିୟୋଜିକ କରାଯାଇଛି । ଏହାସହ ୪ ହେଲିକପ୍ଟରକୁ ସନ୍ଧାନ କାର୍ଯ୍ୟରେ ମୁତୟନ କରାଯାଇଛି ।