ଅଲାରନାଥଙ୍କ ଅନବସର ଦର୍ଶନର ପଞ୍ଚମ ଦିନ, ମହାପ୍ରଭୁଙ୍କୁ କରାଗଲା ଚନ୍ଦନ ବେଶ

Published By : Prameya-News7 Bureau | June 27, 2024 IST

ବ୍ରହ୍ମଗିରି ।୬: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଲାରନାଥ ପୀଠରେ ପଞ୍ଚମ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଦଇତା ସେବାୟତଙ୍କ ଦ୍ୱାରା ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା । ଶୀଘ୍ର ସୁସ୍ଥ ହେବା ପାଇଁ ଗୁରୁବାର ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । 

ସେପଟେ ଜଗନ୍ନାଥଙ୍କ ଦର୍ଶନ ନ ପାଇ ଭକ୍ତ ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି । ଗୁରୁବାର ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟା ୧୫ମିନିଟ୍‌ରେ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପ ଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମହାପ୍ରଭୁଙ୍କୁ ଚନ୍ଦନ ବେଶ କରାଯାଇଥିବାରୁ ଏକ ଘଣ୍ଟା ବିଳମ୍ବରେ   ସର୍ବସାଧାରଣ ଦର୍ଶନ ହୋଇଥିଲା । ଏବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବ୍ରହ୍ମଗିରିର   ଅଲାରନାଥ ପୀଠକୁ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗୁଛି ।

You Can Read :

ହୋଟେଲରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.