ଅସହ୍ୟ ହେଲା ଫାଇନାନ୍ସ କଂପାନୀର ଜୁଲୁମ, ରାତିସାରା ଥାନାରେ ବସିଲେ ଦଂପତ୍ତି

Published By : Prameya-News7 Bureau | July 16, 2024 IST

ଭଦ୍ରକ /୭: ଋଣ ନାଁରେ ଟଙ୍କା ଦେଲେ ,କିସ୍ତି ଟଙ୍କା ମଧ୍ୟ ନେଲେ । ଏସବୁ ଭିତରେ ଋଣ ଦେଇଥିବା ସଂସ୍ଥା ବଦଳି ଅନ୍ୟ କଂପାନୀ ସହ ମିଶିଗଲା । ଆଉ ଏନ୍‌ଓସି ପାଇଁ ନାକେଦମ ହୋଇଛନ୍ତି ଗ୍ରାହକ । ଭଦ୍ରକ ସହରାଞ୍ଚଳରୁ ଆସିଛି ଏମିତି ଖବର । ବାଲେଶ୍ବର ରାଶାଳପୁର ଅଞ୍ଚଳର ଅନୀଲ କୁମାର ଜେନା । ସିଡ୍‌ କ୍ୟାପିଟାଲ ମାଧ୍ୟମରେ ୧ ଲକ୍ଷ ଟଙ୍କା ଋଣ ନେଇଥିଲେ । କିସ୍ତି ଟଙ୍କା ଦେବା ପରେ ଷ୍ଟେଟମେଣ୍ଟ ମାଗିଥିଲେ ଅନୀଲ ।  ସଂସ୍ଥା ଷ୍ଟେଟମେଣ୍ଟ ବାବଦକୁ ଟଙ୍କା ମାଗିଥିଲା । ପରେ ସଂସ୍ଥାର ଦାବି ମୁତାବକ ଟଙ୍କା ଦେଇଥିଲେ । ହେଲେ ଏନ୍‌ଓସି ପାଇଁ ହଇରାଣ କରିଥିଲା ସଂପୃକ୍ତ ସଂସ୍ଥା । 

ଭଦ୍ରକ ବାଇପାସ୍‌ ସ୍ଥିତ ଆନନ୍ଦିତ ଫାଇନାନ୍ସ ଅଫିସକୁ ଡାକି ବିନା ସିଲ୍‌ରେ ଏନ୍‌ଓସି ଦେଇଥିଲା । ସିଲ୍‌ ଓ ଷ୍ଟାମ୍ପ ଥିବା କାଗଜ ମାଗିବାରୁ ସଂସ୍ଥାର କର୍ମଚାରୀ ଅଫିସ ଛାଡି ପଳାଇଥିଲେ । ଏନେଇ ଅନୀଲ ଓ ତାଙ୍କ ପତ୍ନୀ ଭଦ୍ରକ ସହରାଞ୍ଚଳ ଥାନାରେ ଏତଲା ଦେବା ସହ ରାତିସାରା ଆଶ୍ରୟ ନେଇଥିଲେ । ସକାଳୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରି ଫାଇନାନ୍ସ ସଂସ୍ଥା ଆଗରେ ପହଞ୍ଚିଯାଇଥିଲେ ଦଂପତ୍ତି । ଏସବୁ ଦେଖି ବାହାରକୁ ବାହାରି ନଥିଲେ ଫାଇନାନ୍ସ ସଂସ୍ଥାର କର୍ମଚାରୀ । ପୋଲିସ ଓ ମିଡିଆ ଭୟରେ ପରେ ଦଂପତ୍ତିଙ୍କୁ ସଂପୃକ୍ତ ସଂସ୍ଥା ଏନ୍‌ଓସି ଦେଇଥିବା ସୂଚନା ମିଳିଛି । 



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.