ମହାକୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ ୦୭।୦୨; ପ୍ରୟାଗରାଜର ମହାକୁମ୍ଭରେ ପୁଣି ଥରେ ଅଗ୍ନିକାଣ୍ଡ ଘଟିଛି। ସେକ୍ଟର-୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗର ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ସାରିଛି। ଅଗ୍ନିଶମ ବାହିନୀ ଦଳ ନିଆଁ ଲିଭାଇବାରେ ଲାଗିଛନ୍ତି।

ଶୁକ୍ରବାର ସେକ୍ଟର-୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଅଗ୍ନିକାଣ୍ଡ ଘଟିଛି। ଏହା ଅଗ୍ନିକାଣ୍ଡର ଘଟଣା ତୃତୀୟ ଥର ଘଟିଛି ବୋଲି କୁହାଯାଉଛି। ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ବ୍ୟସ୍ତ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡରେ ଜିନିଷପତ୍ରର କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ସେନେଇ ସୂଚନା ମିଳିପରି ନାହିଁ। କୁହାଯାଉଛି ଯେ ନିଆଁକୁ ନିୟନ୍ତ୍ରଣ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.