୫ ଆନ୍ତଃରାଜ୍ୟ ଡକାୟତ ଗିରଫ, ଦୁଇଟି ଲୁଟ୍ ଘଟଣାରେ ଥିଲେ ସମ୍ପୃକ୍ତ

Published By : Prameya-News7 Bureau | July 20, 2024 IST

ସୋର ୨୦ଆନ୍ତଃରାଜ୍ୟ ୫ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କଲା ସୋର ପୋଲିସ l ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ରାସ୍ତା ପାଣି ସିମୁଳିଆ ଛକରୁ ଗତ ୬ ତାରିଖରେ ୫ ଲୁଟେରା ଫାୟାରିଂ କରି ୩ ଲକ୍ଷ ଟଙ୍କା ଲୁଟି ନେବା ଓ ୯ ତାରିଖ ଖଇରା ଥାନା ବର୍ତ୍ତନl ବଜାରରେ ଥିବା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଗୁଳି ଫୁଟାଇ ୧୨ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜିଲ୍ଲା ପୋଲିସ ୫ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି l 

ଅଭିଯୁକ୍ତଙ୍କୁ ଧରିବାକୁ ସଦର ଏସଡିପିଓ ଶଶାଙ୍କ ଶେଖର ବେୱରା, ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ଓ ଖଇରା ଆଇଆଇସି ଗୟାଧର ବେହେରାଙ୍କ ମିଳିତ ଚଢାଉ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହେlଇଛି ଟିମ୍ l ଅଭିଯୁକ୍ତଙ୍କ ଠାରୁ ଗୋଟାଏ ବିଦେଶୀ ବନ୍ଧୁକ, ଅଫୁଟା ଗୁଳି ୫ଟା, ମାଗାଜିନ୍ ୨ଟା ୧ ଲକ୍ଷ ୫୯ ହଜାର ଟଙ୍କା ଜବତ କରିଛି । ଏମାନଙ୍କ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ୧୮ରୁ ଉର୍ଦ୍ଧ୍ବ ମାମଲା ଥିବା ନେଇ ବାଲେଶ୍ୱର ଏସ୍‌ପି ସାଗରିକ ନାଥ ସୋର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l

You Can Read:

ବନ୍ଧୁକ କିଣାବିକାରୁ ହତ୍ୟାକାଣ୍ଡ : ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ବନ୍ଧୁ, କେଟିଏମ୍ ବାଇକ୍ ନେଇ ଫେରାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.