ବନ୍ଧୁକ କିଣାବିକାରୁ ହତ୍ୟାକାଣ୍ଡ : ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ବନ୍ଧୁ, କେଟିଏମ୍ ବାଇକ୍ ନେଇ ଫେରାର

Published By : Prameya-News7 Bureau | July 20, 2024 IST

ସୋର ୨୦ବନ୍ଧୁକ କିଣାବିକାକୁ କେନ୍ଦ୍ରକରି ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ବନ୍ଧୁ l ହତ୍ୟାକାରୀ ଦୁଇ ବନ୍ଧୁଙ୍କୁ  ପୁରୀରୁ ଗିରଫ କଲା  ସୋର    ପୋଲିସ  । ଦୁଇ ବନ୍ଧୁ ରବିନାରାୟଣଙ୍କୁ ହତ୍ୟା କରି ତାଙ୍କ କେଟିଏମ୍ ବାଇକ୍ ନେଇ ଫେରାର ହୋଇଯାଇଥିଲେ । ମୃତକ ରବିନାରାୟଣ ପୁରୀ ଟାଉନ ଗୁଣ୍ଡିଚା ମନ୍ଦିର ଅଂଚଳର । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ସୋର ତଳନଗର ବ୍ରିଜ ତଳୁ ରବିନାରାୟଣଙ୍କ ମୃତଦେହ ଉଦ୍ଧାର କରିଥିଲା  ସୋର ପୋଲିସ  l ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବନ୍ଧୁକ କାରବାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା l  ଭୁବନେଶ୍ବର କମିଶନରେଟ ପୋଲିସ,  ପୁରୀ ପୋଲିସ ମିଳିତ ସହଯୋଗରେ  ସୋର ପୋଲିସ ପୁରୀ ଚୁଡଙ୍ଗ ସାହିର ସିବୁନ ପାତ୍ର ଓ ଦୋଳମଣ୍ଡପ ସାହିର କାଳିଆ ସେନାପତିକୁ ଗିରଫ କରଛି । ଅଭିଯୁକ୍ତଙ୍କ ଠାରୁ  ଭୁଜାଲି, କେଟିଏମ୍  ବାଇକ  ଜବତ କରିଥିବା ନେଇ ବାଲେଶ୍ବର ଏସପି  ସାଗରିକା ନାଥ ସୂଚନା ଦେଇଛନ୍ତି  l 

You Can Read:

ରୁଙ୍ଗଟା ମାଇନ୍ସରେ ଅଘଟଣ : ନେଟୱର୍କ ଟାୱାର ଭାଙ୍ଗିଯିବାରୁ କର୍ମଚାରୀଙ୍କ ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.