ରୁଙ୍ଗଟା ମାଇନ୍ସରେ ଅଘଟଣ : ନେଟୱର୍କ ଟାୱାର ଭାଙ୍ଗିଯିବାରୁ କର୍ମଚାରୀଙ୍କ ମୃତ୍ୟୁ

Published By : Prameya-News7 Bureau | July 20, 2024 IST

ବଡବିଲ ୨୦କେନ୍ଦୁଝର ଜିଲ୍ଲା ବଡ଼ବିଲ ମେନ୍ ରୋଡ୍ ଠାରେ ଥିବା ରୁଙ୍ଗଟା ମାଇନ୍ସ କାର୍ଯ୍ୟାଳୟରେ ଅଘଟଣ । ନେଟୱର୍କ ଟାୱାର ଭାଙ୍ଗି ଗଳିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି । 

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନରେ ଅଫିସ ବିଲ୍ଡିଂ ଉପରେ ଥିବା ନେଟୱର୍କ ଟାୱାର ଉପରେ ଚଢ଼ି ଜଣେ କର୍ମଚାରୀ କାମ କରୁଥିଲେ । ହଠାତ ଟାୱାରଟି ଭାଙ୍ଗି ତଳକୁ ଗଳିପଡ଼ିଥିଲା । ନିକଟରେ ଥିବା ଏକ ଆଜବେଷ୍ଟସ ଘର ଉପରେ ପଡିଥିଲା । ଫଳରେ ଟାୱାର କର୍ମଚାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ମୃତକ କଟକ ବାରଙ୍ଗ ଅଞ୍ଚଳର ଶଶୀଭୂଷଣ ଓଝା ବୋଲି କୁହାଯାଉଛି । ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।  ବଡ଼ବିଲ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

You Can Read:

କେନ୍ଦ୍ର ସରକାରଙ୍କ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନରେ ସାମିଲ ହେଲା ବେଦାନ୍ତ ଆଲୁମିନିୟମ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.