କେନ୍ଦ୍ର ସରକାରଙ୍କ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନରେ ସାମିଲ ହେଲା ବେଦାନ୍ତ ଆଲୁମିନିୟମ

Published By : Prameya-News7 Bureau | July 20, 2024 IST

ଝାରସୁଗୁଡ଼ା ୨୦।୭ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ 'ଏକ ପେଡ ମା କେ ନାମ' ଅଭିଯାନର ଅଂଶ ଭାବରେ ଝାରସୁଗୁଡ଼ାରେ ଏକ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲା । ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ମିଳିତ ସହଯୋଗରେ ଜିଲ୍ଲା ପ୍ରଶାସନର ସଦସ୍ୟ, ସ୍କୁଲ ପିଲା ଓ କର୍ମଚାରୀ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ୨୦୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା । ଚଳିତ ବର୍ଷ ଝାରସୁଗୁଡ଼ାର ସମଗ୍ର ଅଞ୍ଚଳରେ ୧ ଲକ୍ଷରୁ ଅଧିକ ଚାରା ରୋପଣ କରାଯିବା ଲକ୍ଷ୍ୟ ରଖିଛି ।

ସବୁଜ ପରବେଶ ଲକ୍ଷ୍ୟ ହାସଲ ଓ ଜଳବାୟୁ ପରିବର୍ତ୍ତନ ଆହ୍ୱାନକୁ ମୁକାବିଲା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ଏକ ପେଡ ମାକେ ନାମ' ଆରମ୍ଭ କରାଯାଇଥିଲା । ଟଙ୍କଧର ତ୍ରିପାଠୀ, ବିଧାୟକ ଝାରସୁଗୁଡ଼ା, ଅବୋଲି ସୁନିଲ ନାରଭାନେ, କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟ, ପରମାର ସ୍ମିଥ ପୁରୁଷୋତମ ଦାସ ଏସପି, ମନୁ ଅଶୋକ ଭଟ୍ଟ ଜିଲ୍ଲା ଜଙ୍ଗଲ ଅଧିକାରୀ ଓ ସ୍କୁଲ ଛାତ୍ର ଛାତ୍ରୀ ଓ ଗୋଷ୍ଠୀର ଲୋକମାନେ ଉପସ୍ଥିତ ଥିଲେ ।

ପରିବେଶ ସଂରକ୍ଷଣ ଦିଗରେ କମ୍ପାନୀ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ଏହି ଯାତ୍ରାରେ କମ୍ପାନୀ ଅନେକ ମାଇଲ ଖୁଣ୍ଟ ହାସଲ ମଧ୍ୟ କରିଛି ।

  • ଝାରସୁଗୁଡ଼ାରେ ଏକ ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କରି ୧୦୦ରୁ ଅଧିକ ସୁଚିନ୍ତିତ କ୍ୟୁରେଟର ଚୟନ କରିଛି ଯାହା ୩୦ରୁ ଅଧିକ ବିରଳ ତଥା ସୂକ୍ଷ୍ମ ପ୍ରଜାପତି ଓ ମହୁମାଛିଙ୍କୁ ଆକୃଷ୍ଟ କରିବ । ଏହା ବ୍ୟତୀତ ଫୁଲ ଗଛ, ଲତା ବୃକ୍ଷମାନଙ୍କର ବଂଶ ବିସ୍ତାର ହେବ ।
  • ର୍ଦୁଲଭ ପ୍ରଜାତି, କ୍ଲୋରୋକ୍ସିଲନ୍ ସ୍ୱିଟେନିଆ ପାଇଁ ଏକ ବୃକ୍ଷରୋପଣ ଡ୍ରାଇଭ୍ ଗ୍ରହଣ କରାଯାଇଥିଲା ।
  • ଗତ ଦୁଇବର୍ଷ ମଧ୍ୟରେ ୩୦ଟି ଗୋଷ୍ଠୀ ପୋଖରୀର ପୁନରୁଦ୍ଧାର କରାଯାଇଛି ।
  • ପ୍ରାଣୀ ଜଗତରେ ହରିଣ ଓ ହାତୀ ପରି ପ୍ରଜାତିଙ୍କ ସୁରକ୍ଷା ପାଇଁ ବନ୍ୟଜନ୍ତୁ ଗତିବିଧି ଉପରେ ସାଇନେଜ ବୋର୍ଡ ଗଠନ କରାଯାଇଛି ।
  • ନୁକଡ଼ ନାଟକ ଓ କାହାଣୀ ଉପରେ ଆଧାରିତ ପ୍ରକୃତି ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବାରେ କମ୍ପାନି ତତ୍‌ପର ରହିଛି ।

ବେଦାନ୍ତ ଆଲୁମିନିୟମ ବେଦାନ୍ତ ଲମିଟେଡର ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସେସମେଣ୍ଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ  ରାଙ୍କଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଣ୍ଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

You Can Read:

ନୀଳାଚଳ ଅବଢ଼ା ପାଇ କୃତାର୍ଥ ଅର୍ଜନ କଲେ ଭକ୍ତ, ସେପଟେ ତିନିରଥ ଫିଟାଇବା କାର୍ଯ୍ୟ ଆରମ୍ଭ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.