ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଭୟଙ୍କର ଦୁର୍ଘଟଣା, ଖାଇକୁ ଖସିଲା କାର; ଗୋଟିଏ ପରିବାରର ୮ ଜଣ ମୃତ

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ: ଜାମ୍ମ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଶନିବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ସିମଥାନ-କୋକେରନାଗ ରୋଡ୍‌ରେ ଏକ କାର ଖାଇକୁ ଖସି ପଡ଼ିଛି । ଦୁର୍ଘଟଣାରେ ୫ ପିଲାଙ୍କ ସହ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ଜଣାପଡ଼ିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁସାରେ କାରଟି ମାଡବା କିସ୍ତୱାଡ଼ ଦେଇ ଆଗକୁ ଯିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମୃତକଙ୍କ ପରିଚୟ ସାମନାକୁ ଆସିଛି । ମୃତକଙ୍କ ନାଁ ୪୫ ବର୍ଷୀୟ ଇମ୍‌ତିୟାଜ ରାଥର, ଅଫରୋଜା ବେଗମ (୪୦), ରେଶ୍ମା (୪୦), ଅରିବା (୧୨), ଅନିୟା (୧୦), ଅବନା (୬), ମୁସୈବ (୧୬), ସୁସୈଲ (୮) ବୋଲି ଜଣାପଡ଼ିଛି ।

ଦୁର୍ଘଟଣାରେ ମୃତକଙ୍କ ପରିଚୟ ଦେଇ ପୋଲିସ ଅଧିକାରୀ କହିଛନ୍ତି ଯେ ପୋଲିସକର୍ମୀ ଇମ୍‌ତିୟାଜ ଅହମଦ ନିଜ ପାଞ୍ଚ ପିଲା ଏବଂ ଦୁଇ ମହିଳାଙ୍କ ସହ କାରରେ ଯାତ୍ରା କରୁଥିଲେ । ମୃତକ ଇମ୍‌ତିୟାଜ କିସ୍ତୱାଡ଼ରୁ ନିଜ ମାଡ଼ୱା କିସ୍ତୱାଡ଼ ଗସ୍ତ କରୁଥିଲେ, ଯେଉଁଠାରେ ସେ ପୋଲିସ ଡ୍ୟୁଟିରେ ମୁତୟନ ଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.