ଦୁର୍ଘଟଣାଗ୍ରସ୍ତ ହେଲା ଜିପ୍ : ୫ ପର୍ଯ୍ୟଟକ ଆହତ, ଚାପି ହୋଇଗଲେ ମହିଳା

Published By : Prameya-News7 Bureau | October 16, 2024 IST

ଲମତାପୁଟ ୧୬।୧୦: କୋରାପୁଟ ମାଛକୁଣ୍ଡ ଡି. ଡ୍ୟାମ୍ ନିକଟ ବୁରଡେଲ ମନ୍ଦିର ସମ୍ମୁଖରେ ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି l ଦୁର୍ଘଟଣାରେ ୫ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି l ସେଥିମଧ୍ୟରୁ ଜଣେ ମହିଳା ଜିପ୍ ତଳେ ରହି ଯାଇଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ଜିପ୍‌କୁ ଉଠାଇ ମହିଳାଙ୍କୁ ଉଦ୍ଧାର କରିଥିଲେ l ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି l ସମସ୍ତଙ୍କୁ ଅନକାଡେଲି ପ୍ରକଳ୍ପ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି l ଗୁରୁତର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି l ଆନ୍ଧ୍ରପ୍ରଦେଶର ପେଦବାଇଲରୁ ମାଛକୁଣ୍ଡ ଡୁଡୁମା ଜଳପ୍ରପାତ ବୁଲିବା ପାଇଁ ଆସିବା ବେଳେ ଦୁର୍ଘଟଣା ଘଟିଥିଲା l

You Can Read:

ଦୀପ ହେଉ କି ପ୍ରସାଦ କେଉଁଥିରେ ବି ଓମଫେଡ଼ ଛଡା ଅନ୍ୟ କୌଣସି ଘିଅ ବ୍ୟବହାର ହେବନି : ପୃଥ୍ୱୀରାଜ ହରିଚନ୍ଦନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.