ପୋଲ ଉପରେ ପାଣି ଚାଲିଛି ପାଣି, କାଲିମେଳା-ମୋଟୁ ମଧ୍ୟରେ ଯାତାୟତ ଠପ୍

Published By : Prameya-News7 Bureau | July 22, 2024 IST

ମାଲକାନଗିରି ୨୨।୦୭ : ବର୍ଷାରେ ବେହାଲ ମାଲକାନଗିରି । ମାଲକାନଗିରି ଜିଲ୍ଲାର ପୋଟେରୂ, ଏମଭି-90 ଓ ଏମଭି-96 ପୋଲ ଉପରୁ ପାଣି ତଳକୁ ଖସିଥିବା ବେଳେ କାଙ୍କୁରୁକୋଣ୍ଡା ପୋଲ ଉପରେ ଏବେ ମଧ୍ୟ ୪ ରୁ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା ଓ ମୋଟୁ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। 

ମାଲକାନଗିରି ଜିଲ୍ଲାରେ ଆଜି ମଧ୍ୟ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇଛି ସମଗ୍ର ମାଲକାନଗିରି ଜିଲ୍ଲା । ମାଲକାନଗିରି ଠାରୁ ମୋଟୁ ପର୍ଯ୍ୟନ୍ତ 326 ନମ୍ବର ଜାତୀୟ ରାଜପଥର ସ୍ବାଭାବିକ ହୋଇନାହିଁ ଗମନାଗମନ । ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି ପୋଟେରୂ ପୋଲ । ପୋଲ ଉପରେ ବଡ ବଡ ଗଛ ଆସି ଲାଗି ରହିଥିବା ବେଳେ କଂକ୍ରିଟ୍ ଛାତ ଉଠି ଯାଇଥିବା ଦେଖିବାକୁ ମିଳିଛି । ରାଜପଥ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସବୁଠି ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ସବୁଠି ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.