ବ୍ୟୁରୋକାଟ୍ ରୁ ରାଜନେତା ହେବେ ଆଇପିଏସ୍ ସଞ୍ଜୟ ପାଣ୍ଡେ; ଲଢ଼ିବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ

Published By : Prameya-News7 Bureau | July 27, 2024 IST

ମୁମ୍ବାଇ: ରାଜନେତା ହେବେ ମହାରାଷ୍ଟ୍ରର ପୂର୍ବତନ ପୋଲିସ୍ ଡିଜି ସଞ୍ଜୟ ପାଣ୍ଡେ । ସକ୍ରିୟ ରାଜନୀତିରେ ସେ ପାଦ ଥାପିବାକୁ ଯାଉଛନ୍ତି । ଏନେଇ ଆଇପିଏସ ସଞ୍ଜୟ ପାଣ୍ଡେ ସମସ୍ତ ପ୍ରସ୍ତୁତି କରିସାରିଥିବା ସୂଚନା ରହିଛି । ଆସନ୍ତା ବିଧାନସଭା ନିର୍ବାଚନରେ ଲେଢ଼ିବେ ବୋଲି ଘୋଷଣା କରିଛନ୍ତି । ମୁମ୍ବାଇର ବସୋର୍ବା ବିଧାନସଭାରୁ ବିଧାୟକ ପ୍ରାର୍ଥୀ ଉଠି ସକ୍ରିୟ ରାଜନୀତିରେ ଏଣ୍ଟ୍ରି ମାରିବେ । ଜଣେ ସଚ୍ଚୋଟ୍ ରାଜନେତା ଭାବେ ଲୋକଙ୍କ ସେବା କରିବାକୁ ଇଛୁକ ବୋଲି କହିଛନ୍ତି । 

ଆଇପିଏସ ସଞ୍ଜୟ ପାଣ୍ଡେ ରାଜନୀତିରେ ସାମିଲ୍ ହେବାକୁ ବହୁ ଦିନରୁ ଲକ୍ଷ୍ୟ ରଖିଛନ୍ତି । ହେଲେ ତାଙ୍କୁ ଉଚିତ୍ ସମୟ କିମ୍ବା ସୁଯୋଗ ମିଳୁନଥିଲା । ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ବହୁ ଚେଷ୍ଟ କରିଥିଲେ କିନ୍ତୁ ଏଥିରେ ସେ ସଫଳ ହୋଇନଥିଲେ । ନର୍ଥ-ଓ୍ବେଷ୍ଟରୁ ଲୋକସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ହେଲେ ଶେଷ ସମୟରେ ପ୍ରତ୍ୟାହାର କରିଥିଲେ । ତେଣୁ ଆସନ୍ତା ବିଧାନସଭା ନିର୍ବାଚନରେ ନିର୍ବାଚନୀ ମୈଦାନରେ ଓହ୍ଲାଇବାକୁ ଘୋଷଣା କରିଛନ୍ତି । ସେ କେଉଁ ଦଳ ଯିବେ ଏକଥା ସ୍ପଷ୍ଟ କରିନଥିଲେ ମଧ୍ୟରେ ଇସାରା ଇସାରାରେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ଇଚ୍ଛା ରଖିଛନ୍ତି ।  ମୁମ୍ବାଇର ବସୋର୍ବାରୁ ତାଙ୍କର ଲୋକ ସମର୍ଥନ ଏବଂ ତାଙ୍କର ଆଶା ଅଛି ସେ ନିଶ୍ଚିତ ଭାବେ ଜିତିବେ । 

୨୦୨୨ରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଫୋନ୍ ଟ୍ୟାପିଂ ମାମଲରେ ଫସିଥିଲେ ଆଇପିଏସ ସଞ୍ଜୟ ପାଣ୍ଡେ । ମୁମ୍ବାଇ ପୋଲିସ କମିଶନର ଥିବା ବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲେ । ପରେ ଦିଲ୍ଲୀ ହାଇକୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିଲା । ଏହି ସମୟ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ମହା ବିକାଶ ଆଘାଡ଼ି ମେଣ୍ଟ ସରକାର ଥିଲା । ... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.