ସୁନ୍ଦରଗଡ ୨୦/୧: ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ଘରେ ପଶୁଛନ୍ତି ଆଉ ଲୁଟ୍ପାଟ୍ କରୁଛନ୍ତି । ପ୍ରଥମେ ହାତ ଗୋଡ ବାନ୍ଧିଦେଲେ । ବନ୍ଧୁକ ଭୁଜାଲି ଦେଖାଇ ଲୁଟିନେଲେ ଦେଢ କୋଟିର ସୁନା ଅଳଙ୍କାର । ନଗଦ ୨ ଲକ୍ଷ ଟଙ୍କା । ସୁନ୍ଦରଗଡ ହେମଗିରି ଥାନା ବସୁନ୍ଧରା ବରପାଲିରେ ବଡ ଧରଣର ଡକାୟତି । ନିଖିଲ ଅଗ୍ରୱାଲଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା ।
ସୋମବାର ଦ୍ବିପହର ସମୟର ଘଟଣା । ନିଖିଲ ଓ ତାଙ୍କ ପରିବାର ଲୋକଙ୍କୁ ଘରେ ଭିତରେ ବାନ୍ଧି ଦେଇଥିଲେ ଲୁଟେରା । ଏହା ପରେ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ନିଖିଲ ଭୟରେ ଆଲମିରା ଚାବି ଦେଇଥିଲେ । ଲୁଟେରାମାନେ ଟଙ୍କା ଓ ସୁନା ଲୁଟି ଘଟଣାସ୍ଥଳରେ ଫେରାର ହୋଇଯାଇଥିଲେ । ଘଟଣା ସଂପର୍କରେ ହେମଗିରି ଥାନାରେ ଅଭିଯୋଗ ପରେ ଲୁଟେରାଙ୍କୁ ଧରିବାକୁ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନ୍ଭିନ୍ କରୁଛି ପୋଲିସ ।