ପଞ୍ଜାବ ରାଜ୍ୟପାଳ ରାଜଭବନରେ ଟମାଟୋ ବ୍ୟବହାର ଉପରେ ଲଗାଇଲେ ରୋକ

Published By : Prameya-News7 Bureau | August 04, 2023 IST

ଚଣ୍ଡିଗଡ଼ ୪।୮: ଦେଶରେ ଟମାଟରର ମୂଲ୍ୟ ବୃଦ୍ଧି ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଉଚ୍ଚ ଦର ଯୋଗୁ ଲୋକଙ୍କ ରୋଷେଇଶାଳରୁ ଟମାଟୋ ଉଭାନ ହେବା କଥା ଆମେ ଏପର୍ଯ୍ୟନ୍ତ ଶୁଣି ଆସିଥିଲେ। ହେଲେ ଉଚ୍ଚ ମୂଲ୍ୟ ଯୋଗୁ ଟମାଟୋକୁ ଏବେ ପଞ୍ଜାବ ରାଜଭବନରେ ବାରଣ କରାଯାଇଛି। ରାଜ୍ୟପାଳ ବନୱାରୀଲାଲ ପୁରୋହିତ ନିଜେ ରାଜଭାବନରେ ଟମାଟରର ବ୍ୟବହାର ଉପରେ ରୋକ ଲଗାଇଛନ୍ତି। ଟମାଟରର ବୃଦ୍ଧିପାଉଥିବା ଦରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟପାଳ ନିଜେ ଏହି ଆଦେଶ ଦେଇଛନ୍ତି। ବଜାରରେ ଟମାଟରର ଚାହିଦା ହ୍ରାସ ହେଲେ ଆପେ ଆପେ ଦର ତଳକୁ ଖସିବ ଓ ସାଧାରଣ ଲୋକଙ୍କ ବ୍ୟବହାରରେ ଆସିପାରିବ ବୋଲି ରାଜ୍ୟପାଳ କହିଛନ୍ତି।  

ଟମାଟର ଓ ମସଲା ପରେ ଏବେ କନ୍ଦେଇବ ଡାଲି, ଜାଣନ୍ତୁ କେଜି ପିଛା ଦର କେତେ?

ପଞ୍ଜାବ ରାଜ୍ୟପାଳ ବ୍ୟକ୍ତିଗତ ସ୍ତରରେ ଟମାଟରର ମୂଲ୍ୟ ବୃଦ୍ଧି ସମସ୍ୟାର ନିରାକରଣ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଦ୍ଧିତ ଟମାଟୋ ମୂଲ୍ୟର ପ୍ରଭାବ ଭୋଗୁଥିବା ପଞ୍ଜାବ ଲୋକଙ୍କ ସହ ରାଜ୍ୟପାଳ ନିଜକୁ ସାମିଲ କରିଛନ୍ତି ଓ ତାଙ୍କ ଖାଦ୍ୟରୁ ଅସ୍ଥାୟୀ ରୂପେ ଟମାଟୋକୁ ବାହାର କରିଦେଇଛନ୍ତି।  ଗତ କିଛି ସପ୍ତାହ ହେଲା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଲୋକେ ଟମାଟରର ଅଭୂତପୂର୍ବ ମୂଲ୍ୟ ବୃଦ୍ଧି ଭୋଗୁଛନ୍ତି। ପଞ୍ଜାବରେ ଟମାଟର ପ୍ରତ୍ୟେକ ଘରର ଆବଶ୍ୟକତା। ତେବେ ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ କିଣି ପାରୁ ନାହାନ୍ତି।  ହେଲେ ଟମାଟରର ଏପରି ମୂଲ୍ୟ ବୃଦ୍ଧି ଲାଗି ଏବେ ଅନେକ କାରକକୁ ଦାୟି କରାଯାଉଛି।

{"id":826320,"width":842,"height":611,"sizeSlug":"full","linkDestination":"none"}

ରାଜ୍ୟପାଳ ବନବାରୀଲାଲ ପୁରୋହୀତ ଟମାଟୋ ମୂଲ୍ୟ ବୃଦ୍ଧିଯୋଗୁ ସାଧାରଣ ନାଗରିକଙ୍କ ଉପରେ ପଡୁଥିବା ପ୍ରଭାବକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଓ ଲୋକଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଛନ୍ତି। ଏଣୁ ରାଜ୍ୟପାଳ ତାଙ୍କ ଘରେ ଟମାଟରର ଉପଯୋଗ ବନ୍ଦ କରିଦେଇଛନ୍ତି। ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ଏହି ଆହ୍ୱାନପୂର୍ଣ୍ଣ ସମୟରେ କରୁଣା, ବିବେକ ଓ ସଂସାଧନର ଦାୟିତ୍ୱବାନ ଉପଯୋଗର ମହତ୍ୱକୁ ରେଖାଙ୍କିତ କରୁଛି। ଗଭର୍ଣ୍ଣର ପୁରୋହିତ କୌଣସି ବସ୍ତୁର ଉପଯୋଗ କମ କଲେ ଏହାର ମୂଲ୍ୟ ଉପରେ ପ୍ରଭାବ ପଡିଥାଏ ବୋଲି କହିଛନ୍ତି। ଏଣୁ ଚାହିଦା ହ୍ରାସ ହେଲେ ମୂଲ୍ୟ ଆପେ ଆପେ ତଳକୁ ଆସିବ ଓ ସମସ୍ତଙ୍କ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

୮ ବର୍ଷ ହେଲା କ୍ଷତି ସହୁଥିଲେ, ଏବେ ଟମାଟୋ ବିକି କୋଟିପତି

ଏଣୁ ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି ଯେ ଲୋକେ ନିଜନିଜ ଘରେ ଟମାଟୋର ବିକଳ୍ପ ବ୍ୟବହାର କରିବେ ଓ ଟମାଟରର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସହାୟତା କରିବେ। ଏହି କ୍ରମରେ ସେ ଟମାଟରର ରାଜଭବନ ପ୍ରବେଶ ଉପରେ ସାମୟିକ କଟକଣା ଜାରି କରିଛନ୍ତି। ଟମାଟୋ ଯେ ପର୍ଯ୍ୟନ୍ତ  ସାଧାରଣ ଲୋକଙ୍କ କ୍ରୟ ଯୋଗ୍ୟ  ନହୋଇଛି ସେ ପର୍ଯ୍ୟନ୍ତ ଏହା ରାଜଭବନକୁ ପଶିବ ନାହିଁ ବୋଲି ରାଜ୍ୟପାଳ ନିର୍ଦ୍ଦେଶ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.