ମାର୍କ ଦେବାରେ ଭୁଲ କଲେ ଗଣିତ ସାର୍: ୬୪ ଲକ୍ଷର ଫାଇନ ପଡ଼ିବା ପରେ ଅଙ୍କ ସାରଙ୍କ ହିସାବ ଗୋଳମାଳ

Published By : Prameya-News7 Bureau | October 13, 2024 IST

internet

ଗାନ୍ଧୀନଗର: ମାର୍କ ଦେବାରେ ଭୁଲ କରିଦେଲେ ଗଣିତ ସାର। ଦଶମ ବୋର୍ଡ ପରିକ୍ଷାରେ ଫେଲ୍ ହୋଇଗଲା ଛାତ୍ର। ଏବେ ୬୪ ଲକ୍ଷର ଫାଇନ ପଡ଼ିବା ପରେ ଅଙ୍କ ସାର୍‌ଙ୍କ ହିସାବ ଗୋଳମାଳ। ଗୁଜରାଟରେ ଏଭଳି ଘଟଣା ଘଟିଥିବା ଟାଇମ୍ସ ଅଫ୍ ଇଣ୍ଡିଆର ଖବର ପ୍ରକାଶ ପାଇଛି। 

କେବଳ ଦଶମ ଶ୍ରେଣୀରେ ନୁହେଁ ଯୁକ୍ତି ଦୁଇରେ ବି ଏହିଭଳି ଘଟଣା ଘଟିଥିବାରୁ ଗୁଜରାଟ ଶିକ୍ଷା ବୋର୍ଡ ୪,୪୮୮ ଶିକ୍ଷକଙ୍କ ଉପରେ ସାମୂହିକ ଜରିମାନା ଲଗାଇଛନ୍ତି। ଶିକ୍ଷକମାନେ ଖାତା ଦେଖିଲା ବେଳେ ମାର୍କ ଗଣନା ନ କରିବା ହିସାବ କରି ମାର୍କ ନ ଦେବା ଯୋଗୁ ଏଭଳି ସ୍ଥିତି ଉପୁଜିଥିଲା। ପିଲାମାନେ ପୁନଃ ଖାତା ଦେଖିବାକୁ ଆବଦେନ କରିବା ପରେ ଏଭଳି ସ୍ଥିତି ଜଣାପଡ଼ିଥିଲା। 

ଖାତାଗୁଡ଼ିକର ପୁନଃ ମୂଲ୍ୟ କରିବାକୁ ଛାତ୍ରଛାତ୍ରୀ ଦାବି କରିବା ପରେ ଶିକ୍ଷା ବିଭାଗ ଜାଣିବାକୁ ପାଇଥିଲା ଯେ ଗଣିତ ଶିକ୍ଷ ମିଶାଣର ସାଧାରଣ ତ୍ରୁଟି କରିଥିଲେ। ଫଳରେ ଦଶ ଓ ଦ୍ୱାଦଶ ଶ୍ରେଣୀର ଖାତା ଦେଖାର ମୋଟ ମୂଲ୍ୟାୟନରେ ତ୍ରୁଟି ହୋଇଥିଲା। ଯାହାକୁ ନେଇ ଗୁଜରାଟ ଶିକ୍ଷା ବୋର୍ଡ ଚଳିତ ବର୍ଷ ୪,୪୮୮ ଶିକ୍ଷକଙ୍କ ଉପରେ ଫାଇନ ଲଗାଇଛନ୍ତି। ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ପାଇଁ ୬୪ ଲକ୍ଷର ଫାଇନ କରାଯାଇଛି ବୋଲି ଗୁଜରାଟ ଶିକ୍ଷା ବିଭାଗ ଅଧିକାରୀ କହିଛନ୍ତି। 

ଶିକ୍ଷା ବିଭାଗର କହିବା ଅନୁସାରେ ପାଖାପାଖି ୧୦୦ ଜଣ ଗଣିତ ଶିକ୍ଷକ ପାଖାପାଖି ୧୦ ମାର୍କର ତ୍ରୁଟି କରିଛନ୍ତି। ଗୁଜରାଟ ଉଚ୍ଚଶିକ୍ଷା ଶିକ୍ଷ ସଂଘର ସଭାପତି ଭାରତ ପଟେଲଙ୍କ ସୂଚନା ଅନୁସାରେ ଜଣେ ଗଣିତ ଶିକ୍ଷକ ମାର୍କ ଦେବା ପରେ ୩୦ ମାର୍କ ଖାତାରେ ଉଠାଇବାକୁ ଭୁଲି ଯାଇଥିଲେ। ଫଳରେ ଛାତ୍ର ଜଣଙ୍କ ଫେଲ୍ ହେବା ପରେ ସେ ଖାତାର ପୁନଃ ମୂଲ୍ୟାୟନ ପାଇଁ ଦାବି କରିଥିଲେ। ଏହାପରେ ଭୁଲ ଜଣାପଡ଼ିଥିଲା। 

ଏଥିରେ ଖାତା ଦେଖାରେ ଦାୟିତ୍ୱରେ ଥିବା ଦଶମ ଶ୍ରେଣୀର ୧,୬୫୪ ଶିକ୍ଷକଙ୍କୁ ସାମୁହିକ ଭାବେ ୨୦ ଲକ୍ଷ ଫାଇନ କରାଯାଇଛି। ପ୍ରତି ଏକ ମାର୍କର ତ୍ରୁଟି ପାଇଁ ଶିକ୍ଷକଙ୍କୁ ୧୦୦ ଟଙ୍କା ଫାଇନ ହୋଇଛି। ସେହିପରି କମର୍ଶରେ ଯୁକ୍ତ ଦୁଇ ଶ୍ରେଣୀର ଖାତା ଦେଖୁଥିବା ୧,୪୦୪ ଶିକ୍ଷକଙ୍କୁ ୨୪,୩୧ ଲକ୍ଷ ଫାଇନ କରାଯାଇଛି। ସାଇନ୍ସ ଖାଥା ଦେଖୁଥିବା ୧୪୩୦ ଶିକ୍ଷକଙ୍କୁ  ୧୯.୫୫ ଲକ୍ଷ ଫାଇନ କରାଯାଇଛି ବୋଲି ଭାରତ ପଟେଲ୍ କହିଛନ୍ତି। 

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.